ଆଜିର ଖବର..
୧-ଭୁବନେଶ୍ୱର:ବନ୍ୟା ପୀଡ଼ିତଙ୍କ ପାଇଁ ବଡ଼ ଘୋଷଣା; ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ଦେବେ ରାଜ୍ୟ ସରକାର।
୨-ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି, ହୀରାକୁଦରୁ କମୁଛି ଜଳ ନିଷ୍କାସନ; ଆଉ ବଡ଼ ବନ୍ୟାର ଆଶଙ୍କା ନାହିଁ।
୩-ଭୁବନେଶ୍ୱର:୭ରୁ CT ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା,୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।
୪-ଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ:
ବିନା ମଙ୍ଗଳ ଆଳତିରେ ହେଲା ଜଳଲାଗି।
୫-ଭୁବନେଶ୍ୱର:ସ୍କୁଲର ପ୍ରାର୍ଥନା ସଭାରେ ପ୍ରଥମେ ‘ବନ୍ଦେ ମାତରଂ’ଗାନ,ତା’ ପରେ ଗାନ ହେବ ‘ଜନଗଣ ମନ’।
୬-କଳାହାଣ୍ଡି ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ:ଡାକ୍ତର ଅଭାବ ସାଙ୍ଗକୁ ଦୁର୍ବଳ ଭିତ୍ତିଭୂମି ; ୧୭ଟି ବିଶେଷଜ୍ଞ ଡାକ୍ତର ପଦ ବି ଖାଲି।ରୋଗୀ ହନ୍ତସନ୍ତ ନିରବ ପ୍ରଶାସନ।
୭-ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି,୩ ଟ୍ରେନ ପ୍ରସ୍ତୁତ। ଭୁବନେଶ୍ୱର ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା।
୮-ଭୁବନେଶ୍ୱର:ପରିବା ହାଟରେ ବନ୍ୟାର ଦାଉ, ୨ ମାସ ଯାଏଁ ଖସି ନପାରେ ପରିବାର ଦର ଦାମ୍।
୯-ବନ୍ୟା ଖୋଲିଦେଲା ଆବାସ ଦୁର୍ନୀତି ଗୁମର, ପକ୍କା ଘର ନଥିବାରୁ ହଟହଟା ପ୍ରକୃତ ହିତାଧିକାରୀ।ରାଜ୍ୟର ଅନେକ ଅଂଚଳରୁ ଆସୁଛି ଆବାସ ଅନିୟମିତତାର ମାଳ ମାଳ ଅଭିଯୋଗ।
୧୦-ଖଣ୍ଡଗିରି, ପାତ୍ରପଡା:ତୁଳା କମ୍ପାନିରେ ଅଗ୍ନିକାଣ୍ଡ; ଜଳିଗଲା ୩୦ ଲକ୍ଷ ଟଙ୍କାର ସମ୍ପତି,୫ ଘଣ୍ଟା ପରେ ନିୟନ୍ତ୍ରଣ ହେଲା ନିଆଁ।
୧୧-OUAT ପିଜି ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର; ସରକାର ଦେବେ ପଢ଼ା ଖର୍ଚ୍ଚ, ମାସକୁ ମିଳିବ ୧୦ ହଜାରରୁ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ।
୧୨-ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା: ନଦୀକୁ ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି।
୧୩-ସିମୁଳିଆ,ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ର:ଅଙ୍ଗନବାଡ଼ିରେ ରନ୍ଧା ଖାଦ୍ୟରୁ ବାହାରିଲା ଝିଟିପିଟି, ଖାଇଥିବା ୭ ଶିଶୁ ଗୁରୁତର।
୧୪-ଭୁବନେଶ୍ୱର:ଶ୍ରାବଣରେ ଜମୁଛି ଗଞ୍ଜେଇ ବେପାର, ଧାଇଁ ଆସୁଛନ୍ତି ଉତ୍ତର ଭାରତରୁ ବେପାରୀ।
୧୫-ବଡ଼ଗାଁ:ମହଙ୍ଗା ପଡ଼ିଲା ମାସିକିଆ ବଟି ;ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ର।
୧୬-କଟକ:ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଅଶାନ୍ତି,ଡେପୁଟି ୱାର୍ଡେନଙ୍କୁ ହଟାଇବା ଦାବିରେ ରାତିସାରା ଧାରଣା।
୧୭-ଝାରସୁଗୁଡ଼ାରେ ପୋଲିସକୁ ବଡ଼ ସଫଳତା: ୨୩ ହଜାରରୁ ଉର୍ଦ୍ଧ୍ଵ କଫ ସିରପ୍ ଜବତ, ଟ୍ରକ୍ ଓ କ୍ରେଟା କାର୍ ସହ ୨ ଗିରଫ।
୧୮-ନୂଆ ଦିଲ୍ଲୀ:ମଧ୍ୟବିତ୍ତଙ୍କ ପକେଟ୍ କଣା କରୁଛି UPI,ବିନା ଯୋଜନାରେ ଖର୍ଚ୍ଚ କରୁଛନ୍ତି ୭୦% ଲୋକ।
୧୯-Live-in ପାର୍ଟନରକୁ ମଧ୍ୟ ମିଳିବ ପତ୍ନୀର ଅଧିକାର, ସୁପ୍ରିମକୋର୍ଟ କହିଲେ- କ୍ରୁରତା କଲେ ହେବ ଜେଲ୍।
୨୦-ନୂଆ ଦିଲ୍ଲୀ:ବିକ୍ଷୋଭକାରୀଙ୍କ ଉପରୁ ମାମଲା ହଟାଇବାକୁ ଦାବି କଲେ ଅଭିଜିତ୍ ଦୀପକେ।
୨୧-ମଧ୍ୟ ପ୍ରଦେଶ:ଦତିୟା ସିଟ୍ ରେ ୬ ହଜାର ଭୋଟରେ ହାରିଲା ବିଜେପି, ଜିତିଲେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ।
୨୨-ବିହାର ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ବାଜିମାତ୍: ବିଜେପି ଗଡ଼ରେ ‘ଜନ ସୁରାଜ’ର ଐତିହାସିକ ବିଜୟ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
