September 29, 2024

ଜଗନ୍ନାଥ ଧାମ ରୋଟାରୀକ୍ଳବ ର ପ୍ରତିଷ୍ଠା ଦିବସ ପାଳନ l

Share


ରୋଟାରିକ୍ଳବ ଜଗନ୍ନାଥ ଧାମ ର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶିବବ୍ରତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ଳବର କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ରୋଟାରିଆନ ସୁରେନ୍ଦ୍ର ମହାନ୍ତି, ଅଜିତ ରାୟ, ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ ତ୍ରିପାଠୀ, ରବିନାରାୟଣ ସାହୁ, ସମ୍ପାଦକ ପିତାମ୍ବର ମହାପାତ୍ର, ଦେବରାଜ ପ୍ରଧାନ, କୈଳାଶ ଚନ୍ଦ୍ର ବେହେରା, ପ୍ରଦୀପ ନାୟକପ୍ରମୁଖ ଯୋଗଦେଇଥିବାବେଳେ ସଭାପତି ଦେବଦତ୍ତ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲେ l ଡାକ୍ତର ଦେବ ପ୍ରସାଦ ଦାସ, ସାମ୍ବାଦିକ ଜଗନ୍ନାଥ ବସ୍ତିଆ ଓ ମଧୁସୂଦନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ କୈଳାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ