September 29, 2024

ବିଦ୍ୟାଳୟ ସ୍ତରୀୟ ସୁରକ୍ଷା ସଚେତନତା ସପ୍ତାହ ପାଳିତ……

Share

ଉମରକୋଟ :-୨୦/୬/୨୪
(ଏମ୍.ଦିନା°ଶୁ ଆଚାରୀ) ସଦାଶିବ ସୁକୁମାର ନୋଡାଲ ଉଚ୍ଚ ବିଦ୍ୟାଳୟ ଉମରକୋଟ ଠାରେ
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଙ୍କ ତତ୍ତ୍ୱାବଧାନରେ ଆଜି ବିଦ୍ୟାଳୟ ସ୍ତରୀୟ ସୁରକ୍ଷା ସପ୍ତାହର ଶୁଭାରମ୍ଭ ହୋଇଅଛି l ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ନିରାପତ୍ତା ସୁରକ୍ଷା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା l ବିଦ୍ୟାଳୟ ସୁରକ୍ଷା ସମିତି ସଭ୍ୟ,ବରିଷ୍ଠ ସାମ୍ବାଦିକ ତଥା ପରିଚାଳନା ନିର୍ଦେଶକ ହେଲ୍ପ ଲାଇନ୍ ଏବଂ ଜିଲ୍ଲା ହକି ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ମଲ୍ଲିକ୍ ଯୋଗ ଦେଇ ପିଲା ଘରୁ ବାହାରି ବିଦ୍ୟାଳୟକୁ ଯିବା ଓ ପୁଣି ଘରକୁ ଫେରିବା ପର୍ଯ୍ୟନ୍ତ ନିରାପତ୍ତା ସୁନିଶ୍ଚିତ କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ | ସେହିଭଳି ହେଲ୍ପ ଲାଇନ ର ଉପସଭାପତି ତଥା ନବରଙ୍ଗପୁର ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜିକା
ଇଂ.ଚନ୍ଦନା ମଲ୍ଲିକ୍ ଯୋଗ ଦେଇ
ହିଂସା, ନିର୍ଯ୍ୟାତନା ଏବଂ ଅବହେଳାରୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର ଏବଂ ଏଥିପାଇଁ ପରିବାର, ପଡୋଶି ବା ସମାଜ ଯେତିକି ଉତ୍ତରଦାୟୀ, ଶିଶୁଟି ପାଠ ପଢିବା ପାଇଁ ଯେଉଁଠିକି ଯାଉଛି, ସେହି ଅନୁଷ୍ଠାନ ର ମଧ୍ୟ ସମପରିମାଣର ଉତ୍ତର ଦାୟୀତ୍ୱ ରହିଛି ବୋଲି ମତବ୍ୟକ୍ତ କରିବା ସହ ଦୁର୍ଘଟଣା ପରବର୍ତ୍ତୀ ସାମୟିକ ପ୍ରତିକ୍ରିୟା ଅପେକ୍ଷା ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଲେ ବ୍ୟବସ୍ଥାରେ ସୁଧାର ଆସିବ ଏବଂ କେବଳ ଦିଶା ନିର୍ଦ୍ଦେଶ ଜାରି କରିଦେଲେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ଏହାକୁ ଫଳପ୍ରଦ କରିବା ନିମନ୍ତେ ସଫଳ ପ୍ରୟାସ କରିବାକୁ ହେବ ବୋଲି ମନ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରବନ୍ଧ ସମିତି ର ଅଧ୍ୟକ୍ଷ୍ୟ ଶ୍ରୀ ବେଞ୍ଜାମିନ୍ ଉପାସୀ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରମିଳା ରାଣୀ ରଥ,ଶ୍ରୀମତୀ ବିନୋଦିନୀ ପ୍ରଧାନ ଏବଂ ଶ୍ରୀମତୀ ସଙ୍ଗୀତା ପାତ୍ର ,ଯେ.ଆର୍.ସି ନିରୀକ୍ଷକ ଶ୍ରୀ ସଚିନ୍ ସଦା ଗୋପନ ସାହୁ,କ୍ରୀଡା ଶିକ୍ଷକ ଶ୍ରୀ ବ୍ରଜବନ୍ଧୁ କାଣ୍ଡି ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ lଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ଆଧାରିତ କ୍ଷତି ଭୟର ଆକଳନ କଲାବେଳକୁ ବିଦ୍ୟାଳୟ ଗୃହ, ପାଚେରି, ଶ୍ରେଣୀଗୃହ, ଶୌଚାଳୟ ପ୍ରଭୃତିର ଅବସ୍ଥିତି ଓ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା ଏବଂ ମାନ ଓ ନିତୀ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଏବଂ ପିଲାଙ୍କ ସୁରକ୍ଷା ଆଧାରରେ ଏକ ଶିଶୁ ସୁରକ୍ଷା ପ୍ରଟୋକଲ, ଶିଶୁ ମାନଙ୍କ କ୍ଷତି ଭୟର ଆକଳନ ରିପୋର୍ଟକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା l ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା ଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିଲା l