June 19, 2026

ରାୟଗଡା ଜ଼ିଲ୍ଲା ରେ ସେଞ୍ଚୁରିୟନ ଶିକ୍ଷାନୁଷ୍ଠାନ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି l

IMG-20240620-WA0009
Share

ରାୟଗଡା : ଶିକ୍ଷା ର ବିକାଶ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଶିକ୍ଷନୁଷ୍ଠାନ ମନ କ୍ରମବର୍ଦ୍ଧିତ ରାୟଗଡା ସହର ରେ ଗଢି ଉଠିଛି l ସହରରେ ଏନ ଭି ଆର, ଦୀପ୍ତି କନଭେଣ୍ଟ, ସେନ୍ଟଜ଼ବିର, ସେକ୍ରେଡ଼ ହେର୍ଟ, ଜୁପୀଟର, ମୋଦେର ଟେର୍ଷା, ମିଟ୍ସ, ଜି ଆଇ ସର ପରି ବହୁ ଅନୁଷ୍ଠାନ ମନ ଗୋଡି ଉଠିଛି କିନ୍ତୁ ରାୟଗଡା ସହର ଉପକଣ୍ଠ ପିତାମହଲ ନିକଟରେ ସେଞ୍ଚୁରିୟନ ୟୁନିଭେର୍ସିଟି ଅନ୍ୟତମ l ଏହି ଅନୁଷ୍ଠାନ ଟିପ୍ରଖ୍ୟାତ ଶିକ୍ଷାବିତ ରାଜେଶ କୁମାର ପାଢ଼ୀ ଙ୍କ ତତ୍ୱାବଧାନ ରେ ଚାଲିଥିବା ଏହି ଅନୁଷ୍ଠାନ ରେ ସାଧାରଣ ନୁର୍ଷରି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସି ବି ଏସ ଏ ପେଟର୍ନ ଇଂରାଜୀ ମାଧ୍ୟମ ଓ ଏକାଦଶ ଓ ଦ୍ଵାଦଶ ପାଇଁ ସିବିଏସଇ ଓ ସି ଏଚ ଏସ ଇ ମାଧ୍ୟମରେ ବହୁ ଛାତ୍ର ଛାତ୍ରୀ ଅଧ୍ୟାୟନ ରତ ଓ ଏହା ବ୍ୟତୀତ ଡି ଫାର୍ମା, ବି ଫାର୍ମା, ବି ଏସ ସି ନୁର୍ସିଇଂଗ, ଏମ ଫାର୍ମା ଓ ଡି ଏମ ଏଲ ଟି ବିଷୟରେ ଛାତ୍ର ଛାତ୍ରୀ ନାମ ଲେଖାଇ ନିଜର ଭବିଷ୍ୟତ ଗଢି ତୋଳିବାରେ ସକ୍ଷମ ହୋଇପାରିଛନ୍ତି l ସର୍ବଭାରତୀୟ ସ୍ତରରେ ଆଇ ଆଇ ଟି, ଇଞ୍ଜିନିଅରିଙ୍ଗ ଓ ମେଡିକାଲ ନୀଟ ନିମନ୍ତେ ମଧ୍ୟ୍ୟ କୋଚଙ୍ଗି ର ବ୍ୟବସ୍ଥା ମନ ରହିଛି l ସେଥିପାଇଁ ବହୁ ଦୁରଦୂରାନ୍ତ ରୁ ପିଲାମାନେ ଆସି ଏହି ସେଞ୍ଚୁରିୟନ ଶିକ୍ଷାନୁଷ୍ଠାନ ରେ ନାମ ଲେଖାଇବାର ଦେଖିବାକୁ ମିଳୁଛି l ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ଦେଇ ଗୋଡି ତୋଳିବା ହେଉଛି ଏହି ଅନୁଷ୍ଠାନ ର ମୂଳ ଲକ୍ଷ୍ୟ ବୋଲି ପରିଚାଳକ ନିର୍ଦେଶକ ରାଜେଶ କୁମାର ପାଢ଼ୀ କହିଛନ୍ତି ଏମିତିକି ବହୁ ମେଧାବୀ ଗରିବ ଛାତ୍ର ଛାତ୍ରୀ ଙ୍କୁ ବିନା ଟଙ୍କା ମାଗଣାରେ ମଧ୍ୟ୍ୟ ଶିକ୍ଷା ଦିଆଯାଉଛି l ଏହି ଶିକ୍ଷାନୁଷ୍ଠାନ ଟି ଏକ ମନ୍ଦିର ରୂପେ କାର୍ଯ୍ୟକରୁଛି ବ୍ୟବସାୟ ହିସବାରେ ଏହି ଅନୁଷ୍ଠାନ କାମ କରୁନାହିଁ ସେଥିପାଇଁ ବହୁ ଦୁରଦୂରାନ୍ତ ରୁ ପିଲାମାନେ ଆସି ଏହି ଅନୁଷ୍ଠାନ ରେ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆସି ପାଠ ପାଢ଼ୀ ନିଜକୁ ଏକ ସୁନ୍ଦର ନାଗରିକ ଭାବେ ସମାଜରେ ପ୍ରତିଷ୍ଠା କରିବାରେ ସକ୍ଷମ ହେଉଛନ୍ତି ସେଥିପାଇଁ ଆମେ ଗର୍ବିତ ବୋଲି ପାଢ଼ୀ କହିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ

You may have missed