September 29, 2024
Share

 

୧-ପୁରୀ: ଶ୍ରୀମନ୍ଦିରରେ ପୂଜାପଣ୍ଡା – ସିଂହାରୀ ସେବକ ବିବାଦ; ରୁକ୍ମିଣୀ ବିବାହ ୭ଘଣ୍ଟା ବିଳମ୍ବ, ମହାପ୍ରଭୁ ରାତି ଅନିଦ୍ରା।

୨-ମୈ।ସୁମୀ ଅଗ୍ରସର ପାଇଁ ପାଗ ଅନୂକୁଳ, ଉପକୂଳରେ ଆଉ ଦୁଇ ଦିନ ଗୁଳୁଗୁଳି।

୩-ଭୁବନେଶ୍ୱର:ସରିଲା ନୂଆ ବିଧାୟକଙ୍କ ଶପଥ ପାଠ, ଦ୍ବିତୀୟ ଦିବସରେ ନେଲେ ୪୫ ଜଣ ଶପଥ।

୪-କଟକ: ବୋର୍ଡ ଓ୍ବୈବସାଇଟ୍ ରେ OSSTET ଫଳ,୨୯ ହଜାର ପାସ୍,ଫେଲ୍ ୧୬ ହଜାର।

୫-ମୁଖ୍ୟ ଶାସନ ସଚିବ ରେସରେ ୩ ଓଡିଆ, ବଦଳି ନ ପାରନ୍ତି ଡିଜିପି , ୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେବେ ନିଯୁକ୍ତ।

୬-ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ନିଷ୍ପତ୍ତି ହୋଇନି କହିଲେ ଆଇନମନ୍ତ୍ରୀ।

୭-ଶଙ୍ଖ ଭବନରେ ସରିଲା ବିଜେଡ଼ି ବୈଠକ, ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଉପନେତା

୮-ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଓ ପ୍ରତାପ ଦେବ ଉପ ମୁଖ୍ୟ ସଚେତକ, ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

୯-CMOରୁ ୨୨ ଜଣ ଓଏସଏସ ଅଧିକାରୀଙ୍କୁ କରାଗଲା ଅପସାରଣ, ନିଜ ବିଭାଗକୁ ହେଲେ ବଦଳି।

୧୦-ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି, ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ।

୧୧-ପାଟଣା:ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ।

୧୨-ଭୁବନେଶ୍ୱର:ରାଜଧାନୀବାସୀଙ୍କୁ ମୁକୁଳା ଡ୍ରେନ ଭୟ; ୭ ବର୍ଷରେ ଗଲାଣି ୬ ଜୀବନ, ତଥାପି ଚେତୁନି BMC।

୧୩-ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି।

୧୪-ଆଠଗଡ଼:ଜିମସାରରେ ନର୍ସିଂ ପାଠ୍ୟକ୍ରମ ପାଇଁ ନାମଲେଖା ଆବେଦନ ଆରମ୍ଭ।

୧୫-ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା ଗ୍ରାମ:ଅଗ୍ନିକାଣ୍ଡରେ ଜଳିଗଲା ୯ ବଖରା ଘର।

୧୬-ୟୁଜିସି -ନେଟ୍ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ହେବ,ନିଟ୍- ୟୁଜି ପରୀକ୍ଷା ବାତିଲ ଦାବି ‌।

୧୭-ନୂଆ ଦିଲ୍ଲୀ:୨୧ ଜୁନରେ ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍।

୧୮-ମୋଦୀ ସରକାର ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, କୁଇଣ୍ଟାଲ ୨୩୦୦ ଟଙ୍କା।

୧୯-ଜାମନଗରର ପୁଷ୍କରଧାମ୍ ସୋସାଇଟି:ଦୋକାନରୁ କିଣିଥିଲେ ଆଳୁ ଚିପ୍ସ ପ୍ୟାକେଟ୍‌, ଖାଇବା ବେଳେ ବାହାରିଲା ମୃତ ବେଙ୍ଗ।

୨୦-ଶୁଣି ପାରୁନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗନିକ୍: ବିରଳ ନ୍ୟୁରୋ ରୋଗରେ ପୀଡିତ ପରେ ହରାଇଲେ ଶ୍ରବଣ ଶକ୍ତି।

୨୧-ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍ ବିମାନ:ବିମାନରେ ଚାଲିଲାନି ଏସି, ଝାଳରେ ଭିଜିଲେ ଲୋକେ; କାଗଜ-ମାଗାଜିନ୍ ପାଲଟିଲା ବିଞ୍ଛଣା

୨୨-ପ୍ରବଳ ଗରମରେ ଯାଉଛି ଜୀବନ: ଦିଲ୍ଲୀରେ ୯ଜଣଙ୍କ ସମେତ ଦିନକରେ ୨୨ଜଣଙ୍କ ମୃତ୍ୟୁ।

୨୩-ଆଣ୍ଟିଗୁଆ:ବିଜୟର ନିକଟତର ହୋଇ ହାରିଲା ଆମେରିକା, ୧୮ ରନରେ ଜିତିଲା ଦକ୍ଷିଣ ଆଫ୍ରିକା।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*