April 29, 2026
IMG-20240620-WA0001
Share

ହାଟଡିହି,ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମାନଙ୍କରେ ବର୍ଷାଦିନେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାରୁ ଏହାକୁ କିପରି ପ୍ରତିହତ କରିହେବ ସେନେଇ ମଙ୍ଗଳବାର ତା ୧୮ରିଖ ଦିନ ହାଟଡ଼ିହୀ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ବେଳେ ୩ଗୋଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରେ ଆଇତିପୁର, ହାବଳେଶ୍ୱର ଓ ଆମ୍ବୋ ଠାରେ ମକଡ୍ରିଲ(ଛାୟା ଅଭ୍ୟାସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଡ଼ିଆରଏଫ ଅଧିକାରୀ ୱ୍ବିଙ୍ଗ କମାଣ୍ଡର ପ୍ରଦୀପ କୁମାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୮ଜଣ ଯବାନ, ଅଗ୍ନିଶମ ବାହିନୀ ଓ ଫାୟାର ରାପିଡ଼ ଟିମଙ୍କୁ ନେଇ ଛାୟା ଅଭ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ଲୋକେ ବନ୍ୟା-ବାତ୍ୟାରୁ କିପରି ଧନଜୀବନ ଉଦ୍ଧାର କରିପାରିବେ ସେନେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଛାୟା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତର ସରପଞ୍ଚ, ପିଇଓ, ଡ଼ିଇଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ପ୍ରାଣମିତ୍ର, କୃଷକସାଥି ଓ ସ୍ଥାନୀୟ ଗ୍ରାମବାସୀ ଓ ସ୍ବେଛାସେବୀମାନେ ଉପସ୍ଥିତ ରହିଥିଲେ। ବ୍ଲକ ପକ୍ଷରୁ ନୋଡାଲ ଅଧିକାରୀ ଭାବେ ୩ଗୋଟି ସ୍ଥାନରେ କନିଷ୍ଠଯନ୍ତ୍ରୀ ଧୀରେନ୍ଦ୍ରନାଥ ମହାଳିକ, ପ୍ରଫୁଲ୍ଲ ବେହେରା ଓ ରବିନ୍ଦ୍ରନାଥ ସୋରେନ ଏହାର ପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ । ନୋଡାଲ ଏନଜିଓ ଭାବେ ମା ତାରିଣୀ ସେବାସଂସ୍ଥାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମର ଅନ୍ୟାନ୍ୟ ବ୍ୟବସ୍ଥା ଦାୟିତ୍ୱ ଗ୍ରହଣ କରିବା ସହ ଏଥିରେ ପୂର୍ଣ୍ଣସହଯୋଗ କରିଥିଲେ ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)