November 24, 2024

ନବରଙ୍ଗପୁର ଜିଲ୍ଲା ଚାଷୀଙ୍କୁ ମିଳିଲା ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ ତମ କିସ୍ତି ……..

Share

ଉମରକୋଟ(ଏମ ଦିନା°ଶୁ ଆଚାରୀ) ସମଗ୍ର ଦେଶ ସହ ନବରଙ୍ଗପୁର ଜିଲ୍ଲାର ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପିଏମ କିଶାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଉମରକୋଟ ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ପରିଚାଳକ ଡ଼ାକ୍ତର ଶଶାଙ୍କ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସଦସ୍ୟ ଶ୍ରୀ ବଳଭଦ୍ର ମାଝି ଙ୍କ ପ୍ରତିନିଧି ଭାବେ ବରିଷ୍ଠ ଓକିଲ ଶ୍ରୀ ରାମ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଓ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରବାନ୍ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଜିଲ୍ଳା କୃଷି ଅଧିକାରୀ ଶ୍ରୀ ଜି.ଭେଙ୍କଣ୍ଟ ରେଡି,ଜିଲ୍ଳା ପଶୁ ଚିକିତ୍ସକ ଅଧିକାରୀ ଶ୍ରୀ ରାଧେଶ୍ୟାମ ଲେଙ୍କା ଙ୍କ ସମେତ କୃଷି ବୈଜ୍ଞାନିକ ଡ଼.ପରିତୋଷ ମୁର୍ମୁ, ଉଦ୍ୟାନ ବିଭାଗର ବୀଣାପାଣି ତୋରିଆ,ରୋଗ ପୋକ ବିଶେଷଜ୍ଞ ଡ଼.ରୁଦ୍ର ପ୍ରସାଦ ମହାଳିକ ଓ
ଡ଼.ଅମିତ ଜ୍ୟୋତି ମାଝି ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥିମାନେ ସଭା କାର୍ଯ୍ୟ ଆରମ୍ଭ ରେ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ଦ୍ଵିପ ପ୍ରଜ୍ବଳନ କରିଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ଏହି ୧୭ ତମ ପିଏମ କିଷାନ ଯୋଜନା ଟି ବାରଣାସୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଦେଶର ସମସ୍ତ ଚାଷୀଙ୍କ ପାଇଁ ବାର୍ତ୍ତା କୁ ଅପରାହ୍ନ ପାଞ୍ଚ ଘଟିକା ସମୟରେ ଆଭାସୀ ଜରିଆରେ ପ୍ରଦର୍ଶିତ କରାଇଥିଲେ। ପିଏମ କିଷାନ ସମ୍ମାନନିଧି ଯୋଜନା ର ଲାଭାର୍ଥୀ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ୧୭ ତମ କିସ୍ତି ପ୍ରଦାନ କରାଯାଇଥିଲା। ଏହି ଅବସରେ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଏକ କୃଷି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥି ସହ କୃଷି ବିଜ୍ଞାନ କେନ୍ଦ୍ର ରେ ଅର୍ଗାନିକ ଫାଂର୍ମିଙ୍ଗ ର ତାଲିମ ଗ୍ରହଣ କରିଥିବା ସ୍ୱୟଂ ସହାୟିକା ଦଳର ସଦସ୍ୟ ମାନଙ୍କୁ ପ୍ରମାଣପତ୍ର ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ କି ଏହି ପିଏମ କିଷାନ ଯୋଜନା ରେ ଆମ ଅଞ୍ଚଳର ଅଧିକରୁ ଅଧିକ ଚାଷୀ ମାନଙ୍କୁ ଯୋଡ଼ିବା ନିମନ୍ତେ ଉପସ୍ଥିତ ଥିବା ଚାଷୀମାନଙ୍କୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମଟିରେ ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ,ପଶୁ ଚିକିତ୍ସା ଅଧିକାରୀ ପ୍ରକାଶ ମହାନ୍ତି,ପଶୁ ଚିକିତ୍ସକ ବିଭାଗର କର୍ମଚାରୀ ,କୃଷିବିଭାଗର କର୍ମଚାରୀ, ଓ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କାର୍ଯ୍ୟରତ କର୍ମଚାରୀ ସହଯୋଗ କରିଥିଲେ।ପିଏମ କିସାନ ସମ୍ମାନ ନିଧି ଯୋଜନା ର ଲାଭାର୍ଥୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।