April 30, 2026

ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଚୋରି ମାମଲା ,ଦୁଇ ଗିରଫ, ଚୋରି ସାମଗ୍ରୀ ଜବତ

IMG-20240619-WA0001
Share

 

ଗଞ୍ଜାମ ଏନ. ଏ. ସି. ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ବିଦ୍ୟାଳୟ ରେ ଇନ ଭାଇରଟର ବେଟେରି, ସି. ସି କ୍ୟାମେରା ଆଦି ଚୋରି ହୋଇଥିଲା l ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ l ଅଭିଯୋଗ ପରେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ କେଶ ନ 148/24 ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା l ଗଞ୍ଜାମ ଥାନା ଆଇଆଇସି ଦାୟିତ୍ୱରେ ଥିବା ଚନ୍ଦ୍ରିକା ସ୍ୱାଇଁଙ୍କ ନେତୃତ୍ୱରେ ଏସଆଇ ଅନିରୁଦ୍ଧ ସ୍ୱାଇଁ, ସୁମୁନାଥ ରେଡି ପ୍ରମୁଖ ଏକ ପୋଲିସ ଟିମ ବିଭିନ୍ନ ସାଟେଲାଇଟ କ୍ୟାମେରା ଦେଖି ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ସହ ସୋମବାର ରାତିରେ ସେମାନଙ୍କୁ ଗିରଫ କରିଥିଲା l ଅଭିଯୁକ୍ତ ମାନେ ହେଲେ ଶଙ୍କର ଗୌଡ଼( 29)ଏବଂ ଆକାଶ ବୈଦ୍ୟ l ସେମାନଙ୍କ ଘର କରଣ ସାହିର ବୋଲି ତଦନ୍ତ କାରୀ ପୋଲିସ ଏସଆଇ ଅନିରୁଦ୍ଧ ସ୍ୱାଇଁ ସୂଚନା ଦେଇଛନ୍ତି l ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡିଛି l ଅଭିଯୁକ୍ତ ମାନେ ଯେଉଁଠି ଚୋରି କରିବାକୁ ଯାଇଥିଲେ ସେଠାରୁ ଶିଶିକ୍ୟାମେରା ବାହାର କରିବା ପୂର୍ବରୁ ସେମାନଙ୍କ ଫୋଟ କଇଦ ହୋଇଯାଇଥିଲା l ସେହି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇଯାଇଥିଲା l ସେମାନେ ବାହାର ରାଜ୍ୟରେ ରହୁଥିବା ବେଳେ ଏକମାସ ହେବ ଗାଁକୁ ଆସିଥିଲେ ବୋଲି ଗଞ୍ଜାମ ପୋଲିସ ଥାନା ପକ୍ଷରୁ କୁହାଯାଇଛି l(ପ୍ରଦୀପ କୁମାର ପଣ୍ଡା))

You may have missed