November 26, 2024

କୋଟପାଡ଼ ବ୍ଲକ ସରପଞ୍ଚ ସଂଘର ମାସିକ ବୈଠକ

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମୀ ପଞ୍ଚାୟତ କାର୍ଯାଳୟ ଠାରେ କୋଟପାଡ଼ ବ୍ଲକ ସରପଞ୍ଚ ସଂଘ ର ମାସିକ ବୈଠକ କୁସୁମୀ ସରପଞ୍ଚ ଶ୍ରୀମତୀ ସନମତି ଗଦବା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ବ୍ଲକର ସମସ୍ତ ପଞ୍ଚାୟତ ର ଶିକ୍ଷା. ସ୍ୱାସ୍ଥ୍ୟ ଗମନାଗୋମନ ପରି ଵହନ ଓ ପାନୀୟ ଜଳ ର ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା ଜନ ପ୍ରତି ନିଧି ଙ୍କ ସମ୍ମାନ ଓ କ୍ଷମତା ସମେତ ଏସ ଏଫ ସି ଓ ଟି ଏଫ ସି ଏବଂ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ପୁଙ୍କାନୁପୁଙ୍ଖ ଭାବରେ ଉକ୍ତ ବୈଠକ ରେ ଆଲୋଚନା ହୋଇଥିବାର ଜଣା ଯାଇଛି. ସୁନାର ବେଲି ନୂଆଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଦେବ ମାଝୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ମାସିକ ବୈଠକ ରେ ସରପଞ୍ଚ ଶ୍ରୀମତୀ ମନମତି ପୂଜାରୀ. ତ୍ରିନାଥ ମାଝୀ. ପୂର୍ଣ୍ଣ ପୂଜାରୀ. କମଳା ଭତରା. ବନିତା ମାଝୀ. କମଳା ଚଲାଣ. ଜଗ ମୋହନ ମାଝୀ. ଦିନମଣି ରନ୍ଧାରୀ. ବୁଦାଇ ମାଝୀ. ପୁଷ୍ପା ପୂଜାରୀ. ସୁମିତ୍ରା ସମରଥ. କମଳା ପୂଜାରୀ. ଜଗବନ୍ଧୁ ଭତରା. ପର୍ବତୀ ଅମା ନତ୍ୟ. ଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରି ସୁ ଚିନ୍ତିତ ମତା ମତ ପ୍ରଦାନ କରି ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed