September 29, 2024

ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ…

Share
  1. ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
    କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ତଥା ବିଶିଷ୍ଟ ଲେଖକ ବିରଂଚି ମିଶ୍ର, ବିଶିଷ୍ଟ ଶିଶୁ ସାହିତ୍ୟିକା ଡଃ ପ୍ରତିଭାରାଣୀ ଷଡଙ୍ଗୀ, ଶିକ୍ଷାବିତ ଓ ଶିଶୁ ପତ୍ରିକା ବାନରସେନା ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ସାହିତ୍ୟିକ ପଣ୍ଡିତ ନିତ୍ୟାନନ୍ଦ ଶତପଥୀ, ଶିକ୍ଷାବିତ ଶଶଧର ପଣ୍ଡା, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ବିଶିଷ୍ଟ ବ୍ଯଙ୍ଗ କବି ସମ୍ପଦ କୁମାର ରଥ ଓ ଶିକ୍ଷାବିତ ମନମୋହନ ସ୍ବାଇଁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ସୃଜନଶୀଳ ସାହିତ୍ୟର ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରରେ ସାହିତ୍ୟିକ ମାନେ ଲେଖନୀ ଚାଳନା କରି ଏକ ଐତିହ୍ୟ ଓ ସଂସ୍କୃତି ଭିତ୍ତିକ ପରମ୍ପରା ସୃଷ୍ଟି କରିବା ଦିଗରେ କାର୍ଯ୍ୟଧାରା ଅବ୍ୟାହତ ରଖିବା ପାଇଁ ବକ୍ତା ମାନେ ଆଲୋକପାତ କରିଥିଲେ। କୋଣାର୍କ ହେଉଛି କଳା ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ।ଏଥିରେ ସାହିତ୍ୟର ଜୀବନ୍ତ ପ୍ରତିଛବିକୁ ଲେଖନୀ ମୁନରେ ପରିପ୍ରକାଶ କରି ଏକ ଐତିହାସିକ ଓ ପୌରାଣିକ ଗାଥାକୁ ଲୋକମାନଙ୍କ ମଧ୍ୟରେ ଏକ ସାଂସ୍କୃତିକ ଓ ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ଭାଗୀରଥୀ ସ୍ଵାଇଁ ବାର୍ଷିକ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍କଳୀୟ କଳା ସଂସ୍କୃତିର କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ କଳାକୃତି ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୦୦ରୁ ଊର୍ଦ୍ଧ୍ବ କବି କବୟିତ୍ରୀ ଓ ଲେଖକ ଓ ଲେଖିବା ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବୟତ୍ରୀ ମାନସୀ ବେଉରା, କବି ସନ୍ଯାସୀ, ବ୍ଯଙ୍ଗ କବି ପ୍ରତାପ ରଶ୍ମି ନାୟକ ଓ ଶିକ୍ଷାବିତ ଓ କବି ମନମୋହନ ସ୍ବାଇଁ ପ୍ରମୁଖ ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଗୋଟି ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ସଂସ୍କୃତି ଗବେଷକ, ଲେଖକ ଓ ଲେଖିକା ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖିକା ଡଃ ପ୍ରତିଭାରାଣୀ ଷଡଙ୍ଗୀ ଙ୍କ ସ୍ବରଚିତ କୋଣାର୍କକୁ ଚିଠି ଓ ଶିଶୁ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ବ କବି କବୟିତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଚ୍ଚିଦାନନ୍ଦ ଗୋଛାୟତ, ବିରଂଚି ନାରାୟଣ ମିଶ୍ର, ସୁକାନ୍ତ କୁମାର ବିଶ୍ବାଳ, ଯୋଗଗୁରୁ ମହେଶ୍ବର ସାମଲ, ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ସଂଗଠନ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
    ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ