September 29, 2024

ଲିଙ୍ଗରାଜ କଳା ନିକେତନ ପୁରୀର ୩୪ତମ ବାର୍ଷିକ ଉତ୍ସବ, ଶ୍ରୀ ଜଗନ୍ନାଥ ଶରଣଂ

Share

m
ତା -୦୯ .୦୬.୨୦୨୪ ରିଖ ରବିବାର ସଂଧ୍ୟା ୫ ଘଟିକା ସମୟରେ ଟାଉନ୍ ହଲ୍, ପୁରୀ ପୌରସଦନ ଠାରେ ଲିଙ୍ଗରାଜ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ଶ୍ରୀ ଜଗନ୍ନାଥ ଶରଣଂ ନୃତ୍ୟ, ସଙ୍ଗୀତ ସମାରୋହ ପାଳନ କରାଯାଇଅଛି। ପ୍ରୋକ୍ତ ମହୋତ୍ସବରେ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ମାନ୍ୟବର ରାଜ୍ୟସଭା ସାଂସଦ ଉଦ୍ ଘାଟକ ଓ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ, ପୁରୀ ଙ୍କ ସଭାପତିତ୍ବ ରେ ସମ୍ମାନିତ, ଅତିଥି ଶ୍ରୀଯୁକ୍ତ ସନ୍ତୋଷ ସେଠୀ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ, ଶ୍ରୀଯୁକ୍ତ ହେମନ୍ତ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଭଗବାନ ସୁଆର ଶ୍ରୀମନ୍ଦିର ବରିଷ୍ଠ ସେବାୟତ, ଶ୍ରୀଯୁକ୍ତ ସନାତନ ଦାସ ପଦ୍ମନାଭ ଷ୍ଟୁଡିଓ ପ୍ରା. ଲି ରାଜ୍ୟ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ନୃତ୍ୟାଚାର୍ଯ୍ୟ ଦୁର୍ଗାଚରଣ ରଣବୀର, ଗୁରୁମା ଆରତୀ ରଣବୀର ମହୋଦୟା ଏବଂ ଅଭ୍ୟର୍ଥନା କମିଟି ଅଧକ୍ଷ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ପ୍ରତିଷ୍ଠାତା ଅଧକ୍ଷ ଗୁରୁ ଶ୍ରୀଯୁକ୍ତ ଧବଳେଶ୍ଵର ମିଶ୍ର ଉପସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ପ୍ରହରାଜ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ଏବଂ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜଗନ୍ନାଥ ମିଶ୍ର ସଂପାଦକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀଯୁକ୍ତ ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଡଃ ଶ୍ରୀମତୀ ଦୀପ୍ତି ରାଉତ୍ ରାଏ, ଗୁରୁ ଶ୍ରୀଯୁକ୍ତ ଲିଙ୍ଗରାଜ ମିଶ୍ର ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏବଂ ନୃତ୍ୟ ଆରତୀ ରଣବୀର ଯୁବ ସମ୍ମାନ ରେ ବିଶିଷ୍ଟ ଓଡ଼ିଶୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଶ୍ରୀମତୀ ମୋନାଲିସା ନାଥ ଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ନୃତ୍ୟ ଗୁରୁ ମନୋଜ କୁମାର ପ୍ରଧାନ ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ବିନ୍ଧ୍ୟଗିରୀ ବାସିନୀ, ଶିବସ୍ତୁତି, ସ୍ଥାୟୀନୃତ୍ୟ, ବିକଶିତ ଭାରତ, ଲୋକନୃତ୍ୟ , ପଲ୍ଲୀନୃତ୍ୟ, ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଓଡ଼ିଶୀ ସଙ୍ଗୀତ ଗୁରୁ ପ୍ରକାଶ କୁମାର ରଥ ଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ, ଛାନ୍ଦ , ଗୀତଗୋବିନ୍ଦ, ପଲ୍ଲୀଗୀତ, ଏକକ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଗାୟନ ମର୍ଦ୍ଦଳ ଗୁରୁ ଜଗନ୍ନାଥ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକକ ତବଲା ବାଦକ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସିପ୍ରା ମିଶ୍ର, ସୁପ୍ରିୟା ପଲେଇ , ମମତା ଭୋଇ, ଅର୍ଚ୍ଚନା ସାହୁ, କିରଣ ପଟ୍ଟନାୟକ, ଅଭିଲିପ୍ସା ରାଉତରାୟ,ସିମ୍ ରନ୍ ପରିଡ଼ା, ଭାଗ୍ୟଲକ୍ଷ୍ମୀ ଜେନା, ଗୀତାଞ୍ଜଳି ସ୍ୱାଇଁ, କ୍ରିଷ୍ଣା କାବେରୀ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବାଦ୍ୟଯନ୍ତ୍ର ରେ ଭାଓଲିନ୍, ଗୁରୁ ହରିଶ୍ ଚନ୍ଦ୍ର ଦାଶ, ଗୁରୁ ସାରଦା ପ୍ରସନ୍ନ ମିଶ୍ର,, ଗୁରୁ ପ୍ରକାଶ କୁମାର ରଥ, ଗୁରୁ ଜଗନ୍ନାଥ ମିଶ୍ର, ବଳରାମ ମହାପାତ୍ର, କ୍ରିଷ୍ଣା କୁମାର ଚାନ୍ଦ, ପ୍ରଶାନ୍ତ କୁମାର ରାଉତ୍ ସହଯୋଗ କରିଥିଲେ। ବିଶିଷ୍ଟ ଉଦ୍ ଘୋଷକ ଶ୍ରୀଯୁକ୍ତ ବିଶ୍ୱଜିତ୍ ବଳିୟାରସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସର ରେ ଗୁରୁ ଅଜୟ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶନାରେ ଏକ ଚିତ୍ରକଳା ପ୍ରଦର୍ଶନୀ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦର୍ଶକ ମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ