September 18, 2026

କାଶୀନଗର ଥାନା ଅନ୍ତର୍ଗତ ୱାର୍ଡ ନଂ 10 ଇଲେକ୍ଟ୍ରି ଅଫିସ ନିକଟସ୍ଥ ସାହିର ବାସିନ୍ଦା ପାସ୍ପୁରେଡି ନାରସେୟା ଙ୍କ ପୁଅ ପାସ୍ପୁରେଡି ବୁଚି…..

hand
Share

କାଶୀନଗର ଥାନା ଅନ୍ତର୍ଗତ ୱାର୍ଡ ନଂ 10 ଇଲେକ୍ଟ୍ରି ଅଫିସ ନିକଟସ୍ଥ ସାହିର ବାସିନ୍ଦା ପାସ୍ପୁରେଡି ନାରସେୟା ଙ୍କ ପୁଅ ପାସ୍ପୁରେଡି ବୁଚି ଯାହାଙ୍କ ବୟସ ପ୍ରାୟ 43 ବର୍ଷ ହେବ ସେ ବଂଶଧାରା ନଦୀ ତୁଠ ଯାହାକି ତାଙ୍କ ସାହି ଆଗରେ ଅଛି ଗାଧୋଇବାକୁ ଯାଇଥିଲେ. ସେ ଯିବା ସମୟରେ ପିନ୍ଧିଥିବା ସାର୍ଟ ବାହାର କରି ତୁଠରେ କାଚୁଥିବା ଧୋବୁଣିକୁ କାଚିବା ପାଇଂ ଦେଇ ଗାଧେଇ ବାକୁ ଯାଇଥିଲେ. ଧୋବୁଣି ସାର୍ଟ କଚିବା ପରେ ଦେବା ପାଇଁ ଯିବା ବେଳେ ସେ ନଦୀରେ କେଉଁ ଠାରେ ଆଉ ଦେଖା ଗଲେ ନହିଁ. ଧୋବୁଣି ସେଠାରୁ ସାହି ଲୋକଙ୍କୁ ଡ଼ାକି ବହୁତ ଖୋଜା ଖୋଜି ପରେ ପାସ୍ପୁରେଡି ବୁଚିଙ୍କ ମୃତ ଦେହ ମିଳିଥିଲା. କାଶୀନଗର ଥାନା ରେ ଏକ ଅପମୃତ୍ୟୁ ମାମଲା କେସ ନଂ 03/24ରେ ରୁଜୁ କରି ଅଧିକ ତଦନ୍ତ କରାଯାଉଛି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର