April 30, 2026

ମହିଳାଙ୍କ ଦ୍ୱାରା ବାର ରେ ତାଲା..

IMG-20240608-WA0180
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ସୀମାନ୍ତ ରେ ଥିବା ଚାନ୍ଦିଲି ଗ୍ରାମ ପଞ୍ଚାୟତ ର କିଙ୍ଗସ ବାର ଏବଂ ରେଷ୍ଟରାଣ୍ଟ ରେ ମହିଳା ମାନେ ତାଲା ପକାଇ ଥିବାର ଜଣା ଯାଇଛି I ସୂଚନା ଅନୁଯାୟୀ ଚାନ୍ଦିଲି ଗ୍ରାମ ର ରହନ ହରିଜନ ବିୟର କିଣିବା ପାଇଁ ଉକ୍ତ ବାର କୁ ଯାଇଥିଲେ. ସେହି ସମୟ ରେ କର୍ମ ଚାରୀଙ୍କ ସହ କୌଣସି କାରଣ ରୁ ଵଚସା ରହନ ଙ୍କ ସହ ହୋଇ ଥିଲା. ପରେ ବାର କର୍ମ ଚାରି ମାନେ ରହନଙ୍କ ଉପରେ ଆକ୍ରମଣ କରିଥିଲେ ସଙ୍ଗେ ସଙ୍ଗେ ପରିବାର ଓ ସାହି ର ବହୁ ମହିଳା ପହଞ୍ଚି ବାର ରେ ତାଲା ପକାଇ ଦେଇ ଥିଲେ. ପୋଲିସ ପହିଁଛି ବୁଝା ସୁଝା କରିବା ପରେ ବାର ଖୋଲା ଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ନବୀନ ତୋପ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣା ଯାଇଛି Iଏଥି ପୂର୍ବ ରୁ ମଧ୍ୟ ତିନି ଚାରି ଥର ଏଭଳି ଗଣ୍ଡଗଳ ହୋଇଛି କିନ୍ତୁ ପୋଲିସ ଓ ଅବକାରୀ ବିଭାଗର ମଧୁ ଚନ୍ଦ୍ରିକା ଯୋଗୁଁ ଜାତୀୟ ରାଜ ପଥ କଡ଼ ରେ. ଗାଁ ଭିତରେ ଅବାଧ ଦେଶୀ ବିଦେଶୀ ମଦ ହୋଟେଲ. ଫାଷ୍ଟ ଫୂଡ଼ ମାନଙ୍କ ରେ ବିକ୍ରି ହେଉଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରି ଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed