April 25, 2026

ପୁରୀ ମାନବ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ସଂକଳ୍ପ ୨୦୨୪ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ..

IMG-20240608-WA0169
Share

      ପୁରୀ ମାନବ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ସଂକଳ୍ପ ୨୦୨୪ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ଅଧ୍ୟକ୍ଷ ପ୍ରିୟ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାଜେଶ୍ ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ମହା ସଚିବ ରାହୁଲ ନାମା, ହାପିନ୍ ପଠାନ ଏବଂ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହାରିତ୍ ହରିଶ୍ଚନ୍ଦ୍ର ଯୋଗଦାନ କରି ନିଜର ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ତୃଣମୂଳ ସ୍ତରରୁ ସାଧାରଣ ଜନତା କିପରି ଯତ୍ନଶୀଳ ହେବେ ,ନିଜର ଅଧିକାରକୁ ସାବ୍ୟସ୍ତ କରିବା ନିମନ୍ତେ ନିଜେ ସମର୍ଥ ହେବେ ତାହା ଉପରେ ଆଲୋଚନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍