September 29, 2024

ଦୀର୍ଘ ପାଞ୍ଚଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ |

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ପ୍ରସିଦ୍ଧ ଶୈବପୀଠ ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ବଡ ଗଦଗଦା ଜଳପ୍ରପାତ ରେ ଗାଧେଇବାକୁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି । ଦିର୍ଘ ତିନିଘଣ୍ଟାରୁ ଉର୍ଦ୍ଧ ସମୟଧରି ଦମକଳ ବାହିନି ଖୋଜାଖୋଜି ପରେ ମଧ୍ଯ ନାବାଳକ ଜଣଙ୍କର ପତ୍ତା ମିଳୁନି । ନାବାଳକ ଜଣକ ଗୁଣୁପୁର ଅଞ୍ଚଳର ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି। ବିଷମକଟକ ଖାଲସାହିରେ ରହୁଥିବା ନିଜ ମାମୁ ଘରକୁ ସେ ବୁଲିବା ପାଇଁ ଆସିଥିଲେ । ଆଜି ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ବଡ ଗଦଗଦା କୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଜଣାପଡିଛି। ଘଟଣା ସ୍ଥଳରେ ବିଷମକଟକ ଦମକଳ ବାହିନି ଖୋଜାଖୋଜି କରୁଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଯୁବକ ଜଣକ ବ୍ରହ୍ମପୁର ଠାରେ ମାଷ୍ଟର ଡିଗ୍ରୀ କରୁଥିବା ବେଳେ ଆଜି ନିଜ ଚାରିଜଣ ସାଙ୍ଗଙ୍କ ସହ ଚାଟିକଣା ବଡ ଗଦଗଦାକୁ ଗାଧଇବାକୁ ଆସିଥିଲେ । ଶବକୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଛି |ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି |ଏହି ଖବର ପ୍ରଚାରିତ ହେବା ପରେ ଗୁଣୁପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।