September 29, 2024

ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ୧୨ ଦିନରେ ପହଂଚିଲା, ଅପରବସଷ୍ଟାଣ୍ଡ ଓ ଚର୍ଚ୍ଚରୋଡ଼ କୁ ମାଙ୍କ ଘଟ ପରୀକ୍ରମା

Share

ଛତ୍ରପୁର ,୭ /୬ ;(ଅରୁଣ କୁମାର ପଣ୍ଡା )ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ୧୨ ଦିନରେ ପହଂଚିଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମନ୍ଦିର ଠାରେ ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଦହି ଭାତ ଭୋଗ କରାଯାଇଥିଲା । ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା ଓ ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ଏକ ବିରାଟ ପଟୁଆରରେ ଅପରବସଷ୍ଟାଣ୍ଡ ଓ ଚର୍ଚ୍ଚରୋଡ଼ (ଚର୍ଚ୍ଚତଳ ସାହି ) ଅଂଚଳ ପରିକ୍ରମା କରି ଭୋଗ ଗ୍ରହଣ କରିଛନ୍ତି । ଏହି ଯାତ୍ରା କୁ ଦେଖିବା ନିମନ୍ତେ ପ୍ରବଳ ଜନ ସମାଗମ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର ସିଏଚ. ଦୟାନନ୍ଦ ରେଡ୍ଡୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଉତ୍ସବମୁଖର ହୋଇପଡିଛି ।