ବିଜେଡିକୁ ଶକ୍ତ ଧକ୍କା,୧୨ ଟି ୱାର୍ଡ଼ରେ ବିଜେପି ଓ ୨ ଟି ୱାର୍ଡ଼ ରେ ବିଜେଡି ଆଗୁଆ, ବିଜେଡି ଠାରୁ ବିଜେପି ୩୯୩୬ ଭୋଟ ଅଧିକ ପାଇଲା…….
ଉମରକୋଟ: – (ଏମ.ଦିନା°ଶୁ ଆଚାରୀ) ମାତ୍ର ୨ ବର୍ଷ ତଳେ ପୌର ପରିଷଦ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହରରେ ବିଜେଡିକୁ ଯେଉଁ ଭୋଟ ମିଳିଥିଲା ବିଧାନସଭା ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହେଇ ଯାଇଛି। ପୌରଧକ୍ଷା ଭାବେ ବିଜେଡ଼ିର ରାଧା ଭତ୍ର। ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେଇଥିବା ବେଳେ ୧୪ ଟି ୱାର୍ଡ ରୁ ବିଜେଡ଼ିର ୧୧ , କଂଗ୍ରେସର ୨ ଓ ବିଜେପିର ୧ କାଉନସିଲର ନିର୍ବାଚିତ ହେଇଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ବିଜେଡ଼ିର ସମସ୍ତ ଗଣିତ କୁ ଓଲଟ ପାଲଟ କରି ଦେଇଛି। ଏହାର ମୁଖ୍ୟ କାରଣ ହେଲା ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ। ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଉମରକୋଟର ସହର ରେ ୧୪ ଟି ୱାର୍ଡରୁ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ୧୨ ଟି ୱାର୍ଡ ରେ ଅଗ୍ରଣୀ ରହିଥିବା ବେଳେ ବିଜେଡି ର ବିଧାୟିକା ପାର୍ଥିନି ନବୀନ। ନାୟକ ମାତ୍ର ୨ ଟି ୱାର୍ଡ ରେ ହିଁ ଅଧିକ ଭୋଟ ପାଇବାରେ ସକ୍ଷମ ହେଇ ଥିଲେ। ଉମରକୋଟ ସହର ରେ ମୋଟ ଭୋଟର ଥିଲେ ୨୩୧୫୩ ସେଥି ମଧ୍ୟ ରୁ ପୁରୁଷ ଭୋଟର ଙ୍କ ସଂଖ୍ୟା ହେଉଛି ୧୧୪୪୫ ଓ ମହିଳାଙ୍କ ଭୋଟର ସଂଖ୍ୟା ହେଉଛି ୧୧୭୦୮। ନିର୍ବାଚନ ରେ ମୋଟ ୧୬୯୩୮ ଜଣ ଭୋଟର ଭୋଟ ଦେଇଥିଲେ ସେଥି ମଧ୍ୟରୁ ପୁରୁଷ ଭୋଟର ୮୩୩୯ ଓ ମହିଳା ଭୋଟର ୮୫୯୯ ଜଣ ଭୋଟ ଦେଇ ଥିଲେ। ଅଥ।ର୍ଥ ୭୩ ପ୍ରତିଶତ ଭୋଟର ଭୋଟ ଦାନ କରିଥିଲେ।ସେହିପରି ୧ ନମ୍ବର ୱାର୍ଡ ରେ ବିଜେଡି ପ।ର୍ଥିନି ନବୀନ। ନାୟକ ୩୪୭ ଭୋଟ ପାଇଥିବା ବେଳେ ବିଜେପିର ବିଧାୟକ ପ।ର୍ଥୀ ନିତ୍ୟାନନ୍ଦ ଗଣ୍ଡ ୧୧୭୭ ଭୋଟ ପାଇଥିଲେ, ସେହି ପରି ୨ ନମ୍ବର ୱାର୍ଡ ରେ ବିଜେଡି କୁ ୩୫୧ ଖଣ୍ଡ ଭୋଟ ଓ ବିଜେପି କୁ ୪୦୯ ଖଣ୍ଡ, ୩ ନମ୍ବର ୱାର୍ଡ ରେ ବିଜେଡି କୁ ୪୫୪ ଓ ବିଜେପିକୁ ୫୦୨ ଖଣ୍ଡ ଭୋଟ, ୪ ନମ୍ୱର୍ ୱାର୍ଡ଼ ରେ ବିଜେଡି କୁ ୪୯୭ ଭୋଟ ଓ ବିଜେପିକୁ ୩୧୨ ଭୋଟ, ୫ ନମ୍ବର ୱାର୍ଡ ରେ ବିଜେଡି କୁ ୨୮୩ ଖଣ୍ଡ ଭୋଟ ଓ ବିଜେପିକୁ ୫୮୧ ଖଣ୍ଡ ଭୋଟ, ୬ ନମ୍ବର ୱାର୍ଡ଼ ରେ ବିଜେଡି କୁ ୩୨୦ ଖଣ୍ଡ ଓ ବିଜେପି କୁ ୬୬୦, ୭ ନମ୍ବର ୱାର୍ଡ଼ ରେ ବିଜେଡି କୁ ୪୧୧ଖଣ୍ଡ ଭୋଟ ଓ ବିଜେପି କୁ ୬୯୬ ଖଣ୍ଡ ଭୋଟ, ୮ ନମ୍ବର ୱାର୍ଡ଼ ରେ ବିଜେଡି କୂ ୬୪୭ ଖଣ୍ଡ ଭୋଟ ଓ ବିଜେପି କୁ ୬୦୭ ଖଣ୍ଡ ଭୋଟ, ୯ ନମ୍ବର ୱାର୍ଡ ରେ ବିଜେଡି କୁ ୩୭୧ ଖଣ୍ଡ ଭୋଟ ଓ ବିଜେପିକୁ ୬୬୨ ଖଣ୍ଡ ଭୋଟ, ୧୦ ନମ୍ବର ୱାର୍ଡ ରେ ବିଜେଡି କୁ ୪୨୨ ଖଣ୍ଡ ଭୋଟ ଓ ବିଜେପିକୁ ୭୯୯ ଖଣ୍ଡ ଭୋଟ, ୧୧ ନମ୍ବର ୱାର୍ଡ ରେ ବିଜେଡି କୁ ୪୪୬ ଖଣ୍ଡ ଭୋଟ ଓ ବିଜେପି କୁ ୭୦୬ ଖଣ୍ଡ ଭୋଟ, ୧୨ ନମ୍ବର ୱାର୍ଡ ରେ ବିଜେଡି କୁ ୪୫୨ ଖଣ୍ଡ ଭୋଟ ଓ ବିଜେପିକୁ ୧୨୩୯ ଖଣ୍ଡ ଭୋଟ, ୧୩ ନମ୍ବର ୱାର୍ଡ ରେ ବିଜେଡି କୁ ୨୪୧ ଖଣ୍ଡ ଭୋଟ ଓ ବିଜେପିକୁ ୬୧୩ ଖଣ୍ଡ ଭୋଟ ଓ ୧୪ ନମ୍ୱର୍ ୱାର୍ଡ଼ ରେ ବିଜେଡି କୁ ୨୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି କୁ ୪୬୦ ଖଣ୍ଡ ଭୋଟ ମିଳିଛି। ୪ ନମ୍ବର ଓ ୮ ନମ୍ବର ୱାର୍ଡ ରେ ହିଁ ବିଜେଡିକୁ ବିଜେପି ଠାରୁ ଅଧିକ ଭୋଟ ମିଲିଥିବ ବେଳେ ବଳକା ୧୨ ଟି ୱାର୍ଡ ରେ ବିଜେପି କୁ ବିଜେଡି ଠାରୁ ଅଧିକ ଭୋଟ ମିଳିଛି। ତେବେ ନିର୍ବାଚନ ପୂର୍ବରୁ ବିଜେଡି
ପ୍ରତି ଦିନ ମିଶ୍ରଣ ପର୍ବ କରି ବିଭିନ୍ନ ଦଳ ରୁ କର୍ମୀ ଓ ସମର୍ଥକ ଙ୍କୁ ଆଣି ଦଳ ରେ ମିଶାଉ ଥିବା ବେଳେ ଆଶା କରା ଯାଉଥିଲା ଓ ଏଥର ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରା ଯାଉ ଥିଲା।କିନ୍ତୁ ମୋଦୀ ହ।ୱା
ଓ ବିଜେଡିର କିଛି କର୍ମୀ ଦଳୀୟ ପ।ର୍ଥୀ
ଙ୍କ ପାଇଁ ପ୍ରଚାର ନ କରି ବିଜେପି ର ପ।ର୍ଥୀ ଙ୍କ ପାଈ କାମ କରିବାରୁ ଏଠାରେ ବିଜେଡି କୁ ଶକ୍ତ ଧକ୍କା ଲାଗିଛି। ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାସ ଅତି ଶୀଘ୍ର ବିଜେପି ରେ ମିଶୁଥିବା ଶୁଣିବାକୁ ମିଳୁଛି।