April 30, 2026

ପୁରୀ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ କିନ୍ନର ସେବା ଆୟୋଜିତ ହୋଇଯାଇଛି

IMG-20240607-WA0002
Share

       ପୁରୀ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ କିନ୍ନର ସେବା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗୁରୁ ପ୍ରଦୀପ ସାହୁ, ଗୀତା ଜେମା ଙ୍କ ତତ୍ତ୍ୱାବଧାନରେ ଧ୍ୟାନ କରାଯିବା ସହ ସମସ୍ତ କିନ୍ନର ମାନଙ୍କୁ ନୂତନ ବସ୍ତ୍ର ସହ ଫଳ ପ୍ରଦାନ କରାଯାଇଥିଲା। କିନ୍ନର ସମାଜର ମାଆ ଦେବକୀ ମାଆ ଙ୍କ ସହ ପ୍ରାୟ 25 ଜଣ ରୁ ଉର୍ଦ୍ଧ୍ବ କିନ୍ନର ମାନେ ଯୋଗଦାନ୍ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ବ୍ରଜକିଶୋର ସାହୁ ଙ୍କ ନେତୃତ୍ବରେ ଡା. ଶୁଭେନ୍ଦୁ ମହାନ୍ତି,ଅରୁଣ ମହାନ୍ତି, ପ୍ରବୀର ମହାନ୍ତି, ସଂଘମିତ୍ରା ମହାନ୍ତି, ଟୁବୁଲି ପାତ୍ର,ସୁନିଲ ଜେନା, ସୁଚିଶ୍ମିତା ମହାନ୍ତି , ନମିତା ପଟ୍ଟନାୟକ , ସସ୍ମିତା ପାତ୍ର, ପ୍ରମୋଦିନୀ ସିନା ଙ୍କ ସମେତ ଅନ୍ୟ ପ୍ରମୁଖ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ସାହୁ ଓ ଦେବରାଜ ଦାସ ପରିଚାଳନା ରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed