September 29, 2024

ଉମରକୋଟ ରେ ବାଇ ପାସ ରାସ୍ତା ପାଇଁ ଜାଗା ମିଳୁନି,ଟେଣ୍ଡର ହେଇ ୮ ମାସ ହେବା ସତ୍ତ୍ବେ……..

Share

 

ଉମରକୋଟ-(ଏମ୍.ଦିନା°ଶୁ ଆଚାରୀ) ରାଇଘର ରାସ୍ତା ପୋଲ ନିର୍ମାଣ ହେଇ ପାରୁନି
ଉମରକୋଟ – ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରକୁ ଲାଗି କି ଥିବା ଉମରକୋଟ – ରାଇଘର ରାସ୍ତାରେ ଥିବା ପୁରୁଣା ପୋଲକୁ ଭାଂଗି ନୂତନ ପୋଲ ନିର୍ମାଣ ପାଇଁ ଦିର୍ଘ ୮ ମାସ ହେଲାଣି ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହେଇ ଥିବା ସତ୍ତ୍ୱେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇ ପାରୁନଥିବା ସ୍ଥାନୀୟ ଜନତା ଅଭିଯୋଗ କରୁଛନ୍ତି।ମିଳିଥିବା ସୂଚନା ଅନୁସାରେ ପୂର୍ତ୍ତ ବିଭାଗ ର ଏହି ପୋଲଟି ନିର୍ମାଣ ହେଇ ପ୍ରାୟ ୪୦ ବର୍ଷ ହେଇ ସାରିଲାଣି। ତେବେ ଏତେ ପୁରୁଣା ପୋଲଟି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାକୁ ଆସି ଯାଇଛି। ପୋଲ ର ବର୍ତ୍ତମାନ ଅଵସ୍ଥା ଯାହା କୌଣସି ସମୟ ରେ ଭୁଷୁଡି ଯାଇ ପାରେ। ତେବେ ସେତେବେଳେ ଏହି ରାସ୍ତା ର ଟ୍ରାଫିକ ଅଵସ୍ଥା କୁ ଦେଖିକି ୧୫ ଫୁଟ ଓସାରରେ ପୋଲଟି ନିର୍ମାଣ କର।ଯାଇ ଥିଲା।କିନ୍ତୁ ବର୍ତ୍ତମାନ ଏହି ରାସ୍ତା ଦେଇ ଟ୍ରାଫିକ ବହୁ ମାତ୍ର ରେ ବଡି ଯାଇଛି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଟ୍ରକ, ବସ ଓ ଛୋଟ ଛୋଟ ଯାନବାହାନ ଯିବା ଆସିବା କରୁଛନ୍ତି। ଛତିଶଗଡ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ , ମହାରାଷ୍ଟ୍ର ସମେତ ବିଭିନ୍ନ ଅନ୍ୟ ରାଜ୍ୟର ଟ୍ରକ ରାୟପୁର ରାସ୍ତା ଦେଇ ଓରିଶା ଭିତର କୁ ପ୍ରବେଶ କରନ୍ତି ଓ ଏହି ରାସ୍ତା ଦେଇ ରାୟପୁର ଆଡ଼େ ଯାଇଥାନ୍ତି। ପୋଲକୁ ଲାଗି ବର୍ତ୍ତମାନ ଉମରକୋଟ ସହର ଠାରୁ ବେହେଡ଼। ପର୍ଯ୍ୟନ୍ତ ଓସାରିଆ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଇ ସାରିଛି। ବେହେଡ଼। ଠାରୁ ରାଇଘର ପର୍ଯ୍ୟନ୍ତ ଓସାରିଆ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ଦ୍ରୁତ ଗତି ରେ ଚାଲିଛି। ତେବେ ଉମରକୋଟ ସହରକୁ ଲାଗିଥିବା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇ ପାରୁ ନାହିଁ। ଏହାର କାରଣ ହେଲା ଠିକାଦାର ଙ୍କୁ ବାଇ ପାସ ରାସ୍ତା ପାଇଁ ଜାଗା ମିଳୁନାହିଁ। ଷ୍ଟେଟ ପ୍ଲାନରେ ୪ କୋଟି ଟଙ୍କାରେ ନିର୍ମାଣ ହେବା କୁ ଥିବା ବେଳେ ପୋଲ ଟି ୨୪ ଫୁଟ ଓସାର ରେ ନିର୍ମାଣ ହେବ। ପୋଲର ଟେଣ୍ଡର ପ୍ରକ୍ରିୟା ୮ ମାସ ହେଲାଣି ସଂପନ୍ନ ହେଇ ସାରିଲାଣି। ବାଇ ପାସ ରାସ୍ତା ମିଳୁ ନଥିବାରୁ ଠିକାଦାର କାର୍ଯ୍ୟ ଆରମ୍ଭ କରି ପାରୁ ନାହାଁନ୍ତି। ଯେଉଁ ରାସ୍ତା ଦେଇ ଅସ୍ଥାୟୀ ବାଈ ପାସ ରାସ୍ତା ନିର୍ମାଣ ହେବ ଜମି ମାଲିକ ହାଇକୋର୍ଟରେ ମାମଲା ଚାଲିଛି ବୋଲି କହି ଜାଗା ଛାଡ଼ିବା ପାଈଁ ରାଜି ହେଉ ନାହାନ୍ତି।ପୋଲର ଭୌଗଳିକ ଅବସ୍ଥା ଯାହା ଏହି ରାସ୍ତା ବାଦେ ଆଉ କୌଣସି ସ୍ଥାନରେ ବାଇ ପାସ ରାସ୍ତା ନିର୍ମାଣ ହେଇ ପାରିବ ନାହିଁ। ଫଳରେ ପୋଲ ନିର୍ମାଣ ନେଇ ପ୍ରଶ୍ନ ବ।ଚି ସୃଷ୍ଟି କରୁଛି।ଅପର ପକ୍ଷେ ପୋଲ ନିର୍ମାଣ ହେବା ବିଳମ୍ବ ହେଉ ଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ଟଂକା ସରେଣ୍ଡର କରିବା ପାଇଁ ମଧ୍ୟ ଚାପ ହେଉଥିବା ଜଣା ପଡିଛି। ଯଦି ଏହି ଟଂକା ଫେରି ଯାଏ ତାହା ଅଂଚଳ ପାଇଁ ବିରାଟ କ୍ଷତି ହେବ ବୋଲି ବୁଦ୍ଧି ଜିବି ମହଲ ରେ ଚର୍ଚ୍ଚା ହେଉଛି।।ସ୍ଥାନୀୟ ଉମରକୋଟ ବିଧାୟକ ନିତ୍ୟ।ନନ୍ଦ ଗଣ୍ଡ, ଉମରକୋଟ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବାଇ ପାସ ରାସ୍ତା ପାଇଁ ଜାଗା ମିଳୁନ ଥିବା ଜଣା ପଡିଛି। କମ ଓସାର ପୋଲ ଯୋଗୁ ପୋଲର ଉଭୟ ପଟେ ସବୁ ବେଳେ ଟ୍ରାଫିକ ଜାମ ରହୁଛି। ଯାହା ଦ୍ଵାରା କି ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ଘଟିବାର ଲାଗିଛି। ବାଈ ପାସ ରାସ୍ତା ନିର୍ମାଣ ଯେପରି ହେଇ ପାରିବ ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରିବା ପାଈଁ ଉମରକୋଟ ଓ ରାଇଘର ଅଂଚଳର ଜନସାଧାରଣ ଦାବୀ କରୁଛନ୍ତି।।ଉମରକୋଟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ମନୋଜ କୁମାର ସାହୁ ଙ୍କୁ ପଚାରିବାରୁ କହିଛନ୍ତି ବାଇ ପାସ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି, ଜାଗା ମିଳିଯିବ। ସଂଗେ ସଂଗେ ବାଇ ପାସ ରାସ୍ତା ନିର୍ମାଣ ହେବା ସହ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।