April 29, 2026

ଉମରକୋଟ ଠାରେ ନିତ୍ୟ। ନନ୍ଦ ଗଣ୍ଡ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ସହର ପରିକ୍ରମା……….

IMG-20240607-WA0001
Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ଉମରକୋଟ ବିଧାୟକ ଭାବେ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହେବା ଖବର ଉମରକୋଟ ରେ ପହଞ୍ଚିବ। କ୍ଷଣି ବିଜେପି କର୍ମୀ ମାନେ ବିଜୟ ଉତ୍ସବ ପାଳନ କରିଥିଲେ। କର୍ମୀ ମାନେ ହଲି ରଙ୍ଗ ଏପରି ଖେଳି ଥିଲେ ଯେ ଯେମିତି କି ଲାଗୁଥିଲା ହୋଲି ଦିନ ପରି। ବିଜୟ ଖବର ପ୍ରଚାରିତ ହେବା ମାତ୍ରେ ଉମରକୋଟ ସହର ଓ ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଉମରକୋଟ ଠାରେ ଥିବା ବିଜେପି ଅଫିସ ଠାରେ ରୁଣ୍ଡ ହେଇ ଯାଇ ଥିଲେ। କର୍ମୀ ମାନେ ନିଜ ଗାଡି ଓ ବାଇକ ରେ ବିଜେପି ପତାକା ଲଗାଇ ସହର ସାରା ବୁଲୁଥିବା ଦେଖିବ।କୁ ମିଳିଥିଲା । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଠାରୁ ଉମରକୋଟ ଠାରେ ପହଞ୍ଚିବ। ପରେ ସ୍ଥାନୀୟ ଡଙ୍ଗରୀଗୁଡ଼ା ଠାରୁ ଶତାଧିକ କର୍ମୀ ମାନେ ବିଧାୟକ ଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଥିଲେ। କର୍ମୀ ମାନେ ବ।ଣ, ବାଜା ଡିଜେ ବଜାଇ ମହା ଆଡମ୍ବର ରେ ସହର ପରିକ୍ରମା କରି ଥିଲେ। ବିଧାୟକ ନିତ୍ୟା ନନ୍ଦ ଗଣ୍ଡ କହିଛନ୍ତି ମୋର ଏହି ବିଜୟ ପାଇଁ ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଓ ଦଳୀୟ କର୍ମୀ ଙ୍କୁ ଧନ୍ୟବାଦ ଜଣାଇ ଥିଲେ।ଦ୍ୱିତୀୟ ଥର ସେବା କରିବାକୁ ମୋତେ ଯେଉଁ ସୁଯୋଗ ଦେଇଛନ୍ତି ତାକୁ ପୂରଣ କରିବି ଓ ଦୁର୍ନୀତି ଓ ଭ୍ରଷ୍ଟାଚାର ଯେଉଁ ଏହି ବିଜେଡି ସରକାର ରେ ଚାଲି ଥିଲା ତାହାର ପରିବର୍ତ୍ତନ ହେବ ଲୋକଙ୍କୁ ନ୍ୟାୟ ମିଳିବ। ସହ ନବରଙ୍ଗପୁର ଜିଲ୍ଲାକୁ ଯେଉଁ ଉପେକ୍ଷା କରାଯାଇଛି ଓ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ବିଧାୟକ ନିତ୍ଯ। ନନ୍ଦ ଗଣ୍ଡ କହିଛନ୍ତି। ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଭୋଟର ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଅଞ୍ଚଳ ରେ ବିକାଶ କୁ ପ୍ର।ଥମିକତା ଦିଆ ଯିବ ବୋଲି କହିଥିଲେ। ଏହି ଶୋଭାଯାତ୍ରା ରେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାଜ୍ନଯ ବିଜେପି ଜୁନ ମୋର୍ଚ୍ଚା କୋଷାଧ୍ୟକ୍ଷ ସଂତୋଷ କୁମାର ମହାପାତ୍ର, ନଗର ସଭାପତି ଗୋପୀ ନାଥ ସାହୁ, ପ୍ରଭାତ ନାୟକ, ଅଶୋକ କୁମାର ପାଢୀ, ମିଲୁ ପଣ୍ଡା, ରମେଶ ଚନ୍ଦ୍ର ଦାସ, ରାମ ନାୟକ, ସ।ନ ନାୟକ, ସୁରେଶ ଆଚାର୍ଯ୍ୟ, ଆଶିଷ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

You may have missed