April 29, 2026

ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ ଓ ନିଷ୍କ୍ରମଣ ଉତ୍ସବ 

jhygyut
Share

 

ବୁଗୁଡ଼ା : ତା ୦୧/୦୩/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ମେଧାବୀ ଅଭିନନ୍ଦନ ଓ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିରଞ୍ଚିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା, ଅଶୋକ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଷ୍ଟେଜ୍-୨ର କୃତି ଛାତ୍ରୀ ସୁଶ୍ରୀତା ପଟ୍ଟନାୟକ ଓ ଛାତ୍ର ଏମ୍.ଜଗବନ୍ଧୁ ପାତ୍ରଙ୍କୁ ଅଭିନନ୍ଦିତ କରାଯାଇଥିଲା । ଏଥି ସହ ବିଦାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍ବ ସ୍ବ ବକ୍ତବ୍ୟରେ ଅଧ୍ଯୟନ କାଳର ସ୍ମୃତି ଓ ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ ମତ ପ୍ରକାଶ କରିଥିବା ବେଳେ ଗୁରୁଜୀ ଓ ଗୁରୁମାବୃନ୍ଦ ସେମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ପରୀକ୍ଷା ପାଇଁ ଚାପଗ୍ରସ୍ତ ନ ହୋଇ ସୁସ୍ଥ ମନରେ ଅଧ୍ଯୟନ ସାଙ୍ଗକୁ ଯୋଜନାବଦ୍ଧ ପ୍ରସ୍ତୁତି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁମା ସୁମତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed