August 26, 2026

ଗୋଲିଆ ଦଣ୍ଡଯାତ୍ରା ଉପଲକ୍ଷେ ନାଟ୍ଯ ପୁସ୍ତକ ପୂଜା ସମ୍ପନ୍ନ 

IMG-20230302-WA0006
Share

 

ବୁଗୁଡ଼ା : ତା ୦୧/୦୨/୨୩ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମର ଶଙ୍କର ଉପାସକ ନାଟ୍ୟ ସଂସଦ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୧୫ ଦିନିଆ ଦଣ୍ଡଯାତ୍ରା ଉପଲକ୍ଷେ ସାମାଜିକ ନାଟକ “ଅଧା ବାଟର ସାଥୀ”ର ପୁସ୍ତକ ପୂଜନ କାର୍ଯ୍ୟକ୍ରମ ଆଜି ଶ୍ଯାମାକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଗୋଦାବରୀଶ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୁସ୍ତକ ପୂଜନ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନାଟ୍ଯ ନିର୍ଦେଶକ କବିରାଜ ପୋଲେଇ , ସହ-ନିର୍ଦ୍ଦେଶକ ଶିବ ଶଙ୍କର ମହାପାତ୍ର ଓ ନାଟ୍ଯ ପରିଚାଳକ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ନାଟ୍ଯ କଳାକାରମାନେ ଉପସ୍ଥିତ ରହିଥିଲେ ।

You may have missed