March 10, 2026

ନୂଆଗଡ ଗାଁରେ ଟାୱାର ଖୁଣ୍ଟରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ…

IMG-20240602-WA0007
Share

 

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ବ୍ଲକ ତଥା ନୁଆଗଡ ଗାଁ ରେ ଟାୱାର ଖୁଣ୍ଟରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଯୁବକ ଜଣକ ହେଲେ ନୂଆଗଡ ଗ୍ରାମର କୈଳାଶ ସୁବୁଦ୍ଧି ଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି
ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ଆଲୋଚନା ମାନ ଶୁଣିବାକୁ ମିଳିଛି।
ସୂଚନା ମୁତାବକ ଯୁବକ ଜଣକ ଆଜି ସକାଳେ ଟାୱାର ଖୁଣ୍ଟ ଉପରକୁ ଯାଇ ଆତ୍ମହତ୍ୟା କରିବା ନେଇ ଉଦ୍ୟମ କରିଥିଲେ।ଖବର ପାଇ ସଙ୍ଗେ ସଙ୍ଗେ ନୂଆଗଡ ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଟାୱାର ଖୁଣ୍ଟ ରୁ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସମସ୍ତ ଉଦ୍ୟମ ପରେ ମଧ୍ଯ ତାଙ୍କୁ ବଞ୍ଚେଇବାରେ ବିଫଳ ହୋଇ ଥିଲେ। ଅଗ୍ନିଶମ କର୍ମଚାରୀ ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ। ପରେ ଡାକ୍ତର ନାରାୟଣ ସୁବୁଦ୍ଧି ଙ୍କୁ ମୃତ ଘୋଷଣା କରିଥିଲେ।
ଉକ୍ତ ଘଟଣାର ଖବର ପାଇ ସେରଙ୍ଗ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।