June 18, 2026

ପୁଡ଼ାମାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ଓ କଳା ବିଭାଗରେ ଉଚ୍ଚ କୋଟୀର ପରୀକ୍ଷା ଫଳ ହୋଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ..

IMG-20240528-WA0004
Share

ସାନଖେମୁଣ୍ଡି – ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁଡାମାରି ଠାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଙ୍କ+୨ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥି ମଧ୍ୟରୁ ବିଜ୍ଞାନ ବିଭାଗରେ ବିନୟ କୁମାର ସାହୁ ୪୪୬ମାର୍କ ରଖି ବିଦ୍ୟାଳୟରେ ଟପ୍ପର ତାଲିକାରେ ସ୍ଥାନ ପାଇ ଥିବା ବେଳେ କଳା ବିଭାଗରେ ପ୍ରିୟଦର୍ଶିନୀ ଗୌଡ଼ ୫୧୭ ମାର୍କ ରଖି ଛାତ୍ରୀ ଜଣକ ସ୍ଥାନୀୟ ବିଦ୍ୟାଳୟରେ ଟପ୍ପର ତାଲିକାରେ ରହିଥିବା ପରୀକ୍ଷା ଫଳ ରୁ ଜଣାପଡିଛି। ବିଜ୍ଞାନ ରେ ୪୦ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ୮ ଜଣ, ଦ୍ୱିତୀୟ ୧୫ ଜଣ, ତୃତୀୟ ୧୧ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳା ବିଭାଗରେ ମଧ୍ୟ ସେହିପରି ୨୩୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ପ୍ରଥମ ହୋଇଛନ୍ତି ୩୯ ଜଣ, ଦ୍ୱିତୀୟ ୪୧ ଜଣ, ତୃତୀୟ ୧୩୦ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ରୁ କଲେଜ ର ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିବା ବେଳେ କଲେଜର ଗୌରବ ବଢ଼ାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହ ଛାତ୍ର ଛାତ୍ରୀ ଙ୍କ ସମେତ ଶିକ୍ଷାଦାନ କରୁଥିବା ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଙ୍କ ସମେତ ସମସ୍ତ କର୍ମଚାରୀଙ୍କ କର୍ମ ତତ୍ପରତା ପାଇଁ ଉଚ୍ଚ କୋଟୀର ଫଳ ହୋଇଥିବାରୁ ଅଞ୍ଚଳ ବାସୀ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ବିଦ୍ୟାଳୟ ସହ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
(ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ)

You may have missed