March 12, 2026

କୁଜଙ୍ଗ ପଞ୍ଚାୟତରେ ବିଶାଳ ବାଇକ୍ ରାଲି ସହ ଶକ୍ତି ପ୍ରଦର୍ଶନ ଦେଖାଇଲେ ବିଜେଡ଼ି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ…

prnn
Share

ମିଳୁଛି ସମର୍ଥନ ବଢୁଛି ଲୋକ ପ୍ରିୟତା। ଦିନକୁ ଦିନ ଶସକ୍ତ ହେଉଛି ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ କୁଜଙ୍ଗ ପଞ୍ଚାୟତର ବଳରାମପୁର ଗୋଡା ରୁ କୁଜଙ୍ଗ ସରପଂଚ ବନ୍ଦିତା ଦାସ ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ଯୁବକ ମାନେ ଏକ ବିଶାଳ ମଟର ସାଇକେଲ ରାଲୀ କରି କୁଜଙ୍ଗ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ତଥା ବଳରାମପୁର, ଜଗନ୍ନାଥ ପୁର, ନବାଡ଼ିଆ, ଭଣ୍ଡୁଆ, ପ୍ରମୁଖ ବିଭିନ୍ନ ଗ୍ରମରେ ପରିକ୍ରମା କରିବା ସହ ଘରେ ଘରେ ଲୋକଙ୍କୁ ଭେଟି ଆଶ୍ରିବାଦ ନେବା ସହ ଭୋଟ୍ ଭିକ୍ଷା କଲେ ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ ।୨୦୨୪ ସାଧାରଣ ନିର୍ବାଚନ ରେ କୁଜଙ୍ଗ ପଞ୍ଚାୟତ ରୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ ଙ୍କୁ ବିଜୟୀ କରିବୁ ଓ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁଜଙ୍ଗ ସରପଂଚ ବନ୍ଦିତା ଦାସ ପ୍ରକାଶ କରିଛନ୍ତି। ଏହି ବିଶାଳ ରାଲିରେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନା ରାଣୀ ସାହୁ, କୁଜଙ୍ଗ ବ୍ଲକ ବିଜେଡି ପ୍ରଚାର କମିଟି ଅଧକ୍ଷ ରଘୁନାଥ ସାହୁ, କୁଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ଅସ୍ମିତା ନାୟକ, ପରାପଞ୍ଚ ଙ୍କ ପ୍ରତିନିଧି ଲୋକନାଥ ଦାସ, କବି ରଞ୍ଜନ ବେହେରା, କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଚିରଞ୍ଜିବି ନାୟକ, ବିଜୁ ଜନତା ଦଳର କୁଜଙ୍ଗ ପଞ୍ଚାୟତ ସଭାପତି ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ରହି ସହଯୋଗ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)