July 1, 2024
Share


2024 ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ନାୟକ ଙ୍କୁ ଜିତାଇବା ପାଇଁ ତାଳବଣିଆ ରେ ଏକ ବିଶାଳ ସମାବେଶ ରେ ଯୋଗଦେଇ ସାଧାରଣ ଜନତାଙ୍କୁ ଯୋଡିଶଙ୍ଖ ରେ ଭୋଟ ଦେବାପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସଭାପତି ଦିବାକର ପାତ୍ର, ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଉପସ୍ଥିତ ଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed