November 24, 2024
Share

 

୧-ଭୁବନେଶ୍ୱର: ଆଜି ଦ୍ୱିତୀୟ ପରୀକ୍ଷା:୫ ଲୋକସଭା,୩୫ ବିଧାନସଭାର ହେବ ଭାଗ୍ୟ ନିର୍ଧାରଣ। ଲୋକସଭା ପାଇଁ ୪୦ ଓ ବିଧାନ ସଭା ପାଇଁ ୨୬୫ ପ୍ରାର୍ଥୀ

୨-ଶୂନ୍ୟ ଛାୟା ଦିବସ:ଭୁବନେଶ୍ଵରରେ ମେ ୨୧ ଓ କଟକରେ ମେ ୨୨ମଧ୍ୟାହ୍ନ ୧୧.୪୩ ରେ ଶୂନ୍ୟ ଛାୟା।

୩-ଭୋଟରଙ୍କୁ ଆଜି ବାଧିବ ତାତି,ଭୋଟ ଦେଉଥିବା ବହୁସ୍ଥାନରେ ତାପମାତ୍ରା ୪୦ ଟପିବ।

୪-ଆଜି ଏକାମ୍ରରେ ନବୀନଙ୍କ ରୋଡ଼ ଶୋ; ହାଇଟେକ୍ ବସରେ ପ୍ରଚାର,୮ ଛକରେ ଅଟକିବେ,ଭୋଟ୍ ଅପିଲ କରିବେ।

୫-ଏଥର ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର ସଶସ୍ତ୍ର ପୋଲିସ, ଛକ ଛକରେ ଚାଲିଛି ଚେକିଂ।

୬-ଭୁବନେଶ୍ୱର: ଅସ୍ତବ୍ୟସ୍ତ କରୁଛି ପ୍ରଚାର ଗାଡି,କେଁ କାଁ ଭେଁ ଭାଁ ରେ ଫାଟୁଛି ଗଳି କନ୍ଦି।୬୫ ଡେସିବେଲ ରୁ ଅଧିକ ବାଜୁଛି।

୭-କେନ୍ଦୁଝର, ଭଦ୍ରକ, ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର।

୮-ଭୁବନେଶ୍ୱରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦୀଙ୍କ ପରାମର୍ଶ:ବୁଥ୍ ଜଗ, ସୋସିଆଲ ମିଡ଼ିଆରେ ସକ୍ରିୟ ରୁହ।

୯-ନବୀନଙ୍କ ଦୁଇଟି ଆସନରେ ମତଦାନ ଆଜି। ସକାଳ ୭ରୁ ସଂଧ୍ୟା ୬ ଯାଏଁ ମତଦାନ।

୧୦-ବିଜେଡି ଛାଡି ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।

୧୧-ଭଞ୍ଜନଗରରେ ନିର୍ବାଚନ ହିଂସା, ରାସ୍ତା ରୋକ, ସରପଞ୍ଚଙ୍କ ସ୍ବାମୀ ସମେତ ୩ ଆହତ।

୧୨-କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ କଟାକ୍ଷ: ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ?

୧୩-ଭୋଟ ରୋଜଗାର: ଗାଁ ମୁହାଁ ଶ୍ରମିକ; ରାଲିରେ ଗଲେ ମିଳୁଛି ୪୦୦,ଟେଣ୍ଟ ଓ ରୋଷେଇ କାମରେ ୫୦୦।

୧୪-ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରିବେ।

୧୫-ବେଗୁନିଆ:ଗୋଡା ଗାଁରେ ଅଗ୍ନିକାଣ୍ଡ,ଜଳିଗଲା ୩ ବଖରା ଘର।

୧୬:ଟିଟିଲାଗଡ଼:ନିର୍ବାଚନ ଡ୍ୟୁଟି ବେଳେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ !

୧୭-ମହାଙ୍ଗା ରାଜନୀତି; ପ୍ରଚାର ମୈଦାନରେ ମୁହାଁମୁହିଁ ଦେବେନ୍ଦ୍ର-ପ୍ରତାପ।

୧୮-ମୋଦୀଙ୍କ ପାଇଁ ପୁରୀରେ ୬୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ, ଆଜି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସହ ରୋଡ୍ ଶୋ ପାଇଁ କଟକଣା।

୧୯-ପୁରୀ: ସକାଳ ୭ରୁ ପୁରୀରେ ମୋଦିଙ୍କ ଶକ୍ତି ପ୍ରଦର୍ଶନ, ସିଂହଦ୍ଵାରରୁ ମେଡିକାଲ ଛକ ଜମିବ ରୋଡ଼ ଶୋ।

୨୦-ନୂଆ ଦିଲ୍ଲୀ: ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ, ରାହୁଲ, ସ୍ମୃତି ଓ ରାଜନାଥଙ୍କ ଭାଗ୍ୟ ପରୀକ୍ଷା।

୨୧-ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି-ରାଜନାଥ ସିଂ

୨୨-IPL: ବର୍ଷା ପାଇଁ ମ୍ୟାଚ ବାତିଲ,କଲକାତା- ହାଇଦ୍ରାବାଦ କ୍ବାଲିଫାୟାରେ।

୨୩-ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।