September 16, 2026

ଉମରକୋଟ ଠାରେ ଭ୍ରାମ୍ୟମାଣ ପାଠାଗାରର ଶୁଭାରମ୍ଭ……..

fmi
Share

ଉମରକୋଟ:-
ସ୍ଥାନୀୟ ଫକୀରମୋହନ ପଠନ ଶାଳା ,ଉମରକୋଟ ଆନୁକୂଲ୍ୟରେ ଆୟୋଜିତ ଗ୍ରାମାଞ୍ଚଳ ସ୍ତରୀୟ ଭ୍ରାମ୍ୟମାଣ ପାଠାଗାରର ଶୁଭାରମ୍ଭ ହୋଇଯାଇଛି l “କିଛି ଘଣ୍ଟା ପାଇଁ ମୋବାଇଲ୍ ଛାଡ , ମନ ଭରି ଗପ ଓ ଗୀତ ବହି ପଢ଼ ” ସ୍ଲୋଗାନ ନେଇ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ କେନାଲ ସାହି ୱାର୍ଡରୁ ମେ ଶୁଭ ଉଦଘାଟନ କରାଯାଇଛି।୨୦୦୮ ମସିହାରୁ ସ୍ଥାପିତ ଫକୀର ମୋହନ ପଠନ ଶାଳାରେ ଗଚ୍ଛିତ ଥିବା ବିଭିନ୍ନ ପତ୍ରପତ୍ରିକା ମଧ୍ୟରୁ ପିଲାମାନଙ୍କ ପାଇଁ ଉପଯୋଗୀ ମୀନା ବଜାର, ଜହ୍ନମାମୁଁ,wisdom ,ଶିଶୁ କବିତା ,ଆସ ଆମ ଅଞ୍ଚଳର ମହାପୁରୁଷଙ୍କୁ ଜାଣିବା ପରି ବିଭିନ୍ନ ପୁସ୍ତକ ନେଇ ପିଲାମାନଙ୍କୁ ବଣ୍ଟନ କରି ପଢ଼ିବା ପାଇଁ ଉତ୍ସାହିତ କରିବା,ଗଳ୍ପ କଥନ,ଗୀତ ବୋଲିବା,ଚିତ୍ର ଆଙ୍କିବା ,ସାଧାରଣ ଜ୍ଞାନ ଇତ୍ୟାଦି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ବୃକ୍ଷ ରୋପଣ ର ଉପକାରିତା,ନିଜର ସ୍ୱାସ୍ଥ୍ୟ ଓ ପରିବେଶକୁ କିପରି ସଫା ରଖାଯିବ ଇତ୍ୟାଦି ସଚେତନତା ବାର୍ତ୍ତା ପିଲା ମାନଙ୍କୁ ଦେବା ପାଇଁ ଏହି ପ୍ରୟାସ କରାଯାଇଛି।ବିଦ୍ୟାଳୟ ଗୁଡିକରେ ଗ୍ରୀଷ୍ମଛୁଟି ହୋଇ ଥିବାରୁ ପିଲା ମାନଙ୍କ ଭିତରେ ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ପୁସ୍ତକ ପଠନର ସ୍ପୃହା ସୃଷ୍ଟି କରିବା ସହ ପିଲାମାନଙ୍କୁ ପ୍ରାକୃତିକ ପରିବେଶରେ ଶିକ୍ଷଣ ଅନୁଭୂତି ସାଉଁଟିବାର ଲକ୍ଷ୍ୟ ନେଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ଶ୍ରୀ ରାଉତ ମତ ଦେଇଛନ୍ତି।ଅନୁଷ୍ଠାନର ସଭ୍ୟ- ସଭ୍ୟା ସାଗର କୁମାର ପରିଡ଼ା, ବିବେକାନନ୍ଦ ପଟ୍ଟନାୟକ,ରଶ୍ମିତା ସ୍ୱାଇଁ ଓ ହରିହର ଶତପଥି ପ୍ରମୁଖ ପ୍ରଥମ ଦିନରେ ପୁସ୍ତକ ବଣ୍ଟନ, ଆଲୋଚନା ଇତ୍ୟାଦି ଦାୟିତ୍ୱ ତୁଲାଇ ଛନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ ସଦସ୍ୟ- ସଦସ୍ୟା ମାନେ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି।(ଏମ.ଦୀନା°ଶୁ ଆଚାରୀ)

You may have missed