September 16, 2026

ପ୍ରଚଣ୍ଡ ଗ୍ରୀଷ୍ମ ରେ ଜଳ କଷ୍ଟରୁ ରକ୍ଷା ପାଇବା ପାଇଁ ଉତ୍କଳ ଗୋଶାଳା ସମିତି ତରଫରୁ ପଶୁପକ୍ଷୀଙ୍କ ସେବା ଆରମ୍ଭ……..

ad
Share

ଉମରକୋଟ:-
ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବୁଲା ଗାଈ ଗୋରୁ ଏବଂ ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ଏହାଦ୍ବାରା ଖୁବ୍ କଷ୍ଟ ପାଉଛନ୍ତି।ଏଣୁ ତୃଷାର୍ତ୍ତ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ଗୋଶାଳା ଉତ୍କଳ ଗୋଶାଳା ସମିତି ଉମରକୋଟ ସହରର ବିଭିନ୍ନ ସର୍ବ ସାଧାରଣ ସ୍ଥାନ ଗୁଡ଼ିକରେ ପାଣି ପାତ୍ର ସହିତ ପାନୀୟ ଜଳ ର ବ୍ୟବସ୍ଥା ଆଜି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ସାମଲଙ୍କ ଦ୍ଵାରା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରେ ଗୁଲି ପାଟଣା ଠାରେ ଉଦଘାଟିତ ହୋଇ ଯାଇଛି।ଏଥିରେ ଉମରକୋଟ ବ୍ଳକ୍ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ମହାନ୍ତି,ପ୍ରାଣୀ ଚିକିତ୍ସକ ଡାକ୍ତର ହୋତା, ବିଶିଷ୍ଟ ସାହିତ୍ୟିକ ଓ ଆଦର୍ଶ ଶିକ୍ଷକ ଟୁଟୁ ବାବୁ ପଟନାୟକ, ଶିକ୍ଷକ ଦିଲ୍ଲିପ କୁମାର ପଟ୍ଟନାୟକ ଏବଂ ଶିକ୍ଷକ ଧନେଶ୍ଵର ପୁହାଣ,ସତ୍ୟେନ୍ଦ୍ର ରାଉତ, ବିଷ୍ଣୁ ପ୍ରସାଦ ଶ୍ରୀଚନ୍ଦନ ଏବଂ ଅଞ୍ଜନ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁଲା ପଶୁପକ୍ଷୀ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଉତ୍କଳ ଗୋଶାଳା ସମିତି ର ଏଭଳି ମହତ ତଥା ମାନବୀୟ ମୂଲ୍ୟବୋଧ ଭିତିକ ପଦକ୍ଷେପ ର ଭୂୟସୀ ପ୍ରଶଂସା କରିଥିଲେ ଅତିଥିମାନେ। ଏଥିରେ ଯୋଗ ଦେଇଥିବା ଅତିଥିବୃନ୍ଦ କହିଛନ୍ତି ଯେ ସମିତି ର ଏହି ଅଭିନବ ପଦକ୍ଷେପ ସର୍ବ ସାଧାରଣ ରେ ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ଉତ୍ସାହିତ କରିବ। ପଶୁପକ୍ଷୀଙ୍କ ସେବାରେ ଲେଖା ଥାଇ ସୁନ୍ଦର ଭାବେ ଚିତ୍ରିତ ୧୫ ଗୋଟି ପାଣି ପାତ୍ର ସିମେଣ୍ଟ କୁଣ୍ଡ କୁ ମୁଖ୍ୟ ଅତିଥି ପଶୁପକ୍ଷୀଙ୍କ ସେବା ଉଦେଶ୍ୟ ରେ ସମର୍ପଣ କରିଥିଲେ। ଏହି ପାଣି ପାତ୍ର ଗୁଡିକୁ ଉମରକୋଟ ସହରର ବିଭିନ୍ନ ସ୍ଥାନରେ ରଖାଯାଇଛି ଏବଂ ସେଥିରେ ସ୍ଥାନୀୟ ଜନସାଧାରଣ ଜଳ ଭର୍ତି କରି ପଶୁପକ୍ଷୀଙ୍କ ତୃଷା ନିବାରଣ ଉଦ୍ଦେଶ୍ୟରେ ରଖିବେ ବୋଲି ସ୍ଥିରି କୃତ ହୋଇଛି।କାର୍ଯ୍ୟକ୍ରମକୁ ରାଜ୍ୟ ସମାଜସେବା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ଶ୍ରୀ ସମୀର କୁମାର ପ୍ରଧାନ ସଂଯୋଜନା କରିଥିଲେ। ଉତ୍କଳ ଗୋଶାଳା ସମିତି ର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି।(ଏମ.ଦୀନା°ଶୁ ଆଚାରୀ)

You may have missed