September 29, 2024

ଶୃଙ୍ଖଳିତ ଜୀବନ ହିଁ ଛାତ୍ରଛାତ୍ରୀ ଙ୍କୁ ମଣିଷ ପରି ମଣିଷ କରିଥାଏ

Share

ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଲିମାମେଡା ଗ୍ରାମଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଆଜି ଏହାର ୪୫ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୁଣୁପୁର ର ବୟୋଜ୍ୟେଷ୍ଠ କୃଷିବିତ କୃଷ୍ଣପ୍ରସାଦ ବେବର୍ତ୍ତା ଯୋଗଦେଇ ଅନ୍ତେବାସୀ ଙ୍କୁ ଶୃଙ୍ଖଳିତ ଜୀବନ ଅତିବାହିତ କରି ଭବିଷ୍ୟତ ରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅନୁଷ୍ଠାନ ର ବହୁ ସଂଘର୍ଷ କରି ଆଜି ୪୫ ବର୍ଷରେ ପଦାର୍ପଣ କରି ସାରା ରାଜ୍ୟରେ ଏକ ଆଦର୍ଶ ଶିଶୁଗୃହ ଭାବେ ବେଶ ସୁନାମ ଅର୍ଜନ କରିଛି ତେଣୁ ସମସ୍ତେ ଅନୁଷ୍ଠାନ ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟିତ୍ବ କୁ ସେବା ମନବୃତ୍ତି ନେଇ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଲିମାମେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପଣ୍ଡା, ଯୁବ ସମାଜସେବୀ ଉମାଶଙ୍କର ଦାଶ,ସ୍ଥାନୀୟ ଲୋକ ପ୍ରତିନିଧି ଗୌରଚନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି ଙ୍କ ଭଳି ଗାନ୍ଧି, ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ଯେପରି ଅନୁଷ୍ଠାନ କୁ ଗଢ଼ିତୋଳି ଥିଲେ ଓ ଅନ୍ତେବାସୀ ଙ୍କ ସେବା କୁ ଭଗବାନ ଙ୍କ ସେବା ଭାବି ଜୀବନର ସର୍ବସ୍ବ ଉତ୍ସର୍ଗୀକୃତ କରିଛନ୍ତି,ସେହିପରି ପିଲାମାନେ ମଧ୍ୟ ଛାତ୍ର ଜୀବନରୁ ପରିଶ୍ରମୀ, ଅଧ୍ୟବସାୟ, ସ୍ୱାଧ୍ୟାୟୀ,କର୍ତ୍ତବ୍ୟନିଷ୍ଠ ଓ ସମାୟାନୁବର୍ତ୍ତି ହେବା କୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନ ର ସୁପରିଚାଳନା ପାଇଁ ପରିଚାଳନା କମିଟିର ସମସ୍ତ ସହଯୋଗ ସବୁବେଳେ ଯୋଗାଇ ଦିଆଯାଇଛି ଆଗକୁ ଆହୁରି ଅନୁଷ୍ଠାନ ଅନ୍ତେବାସୀ ଙ୍କ ନିମନ୍ତେ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ପ୍ରକଳ୍ପ କରାଯିବ ବୋଲି ଅନୁଷ୍ଠାନ ସଭାପତି ଏଲ ସୁରେଶ କହିଥିଲେ । ଅନୁଷ୍ଠାନ ର ଛାତ୍ର କେଶବ ଶବର, ଦୀନବନ୍ଧୁ ଶବର ଓ ପ୍ରେମସ ଶବର ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ସହ ଅନୁଷ୍ଠାନ ର ଅନୁଭୂତି ସମ୍ପର୍କରେ କହିଥିଲେ । ବାର୍ଷିକ ଉତ୍ସବ ଅବସରରେ ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଅନ୍ତେବାସୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କଳା ଓ ସଙ୍ଗୀତ ଶିକ୍ଷକ ନବୀନଚନ୍ଦ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମସ୍ତ ଅନ୍ତେବାସୀ, କର୍ମକର୍ତ୍ତା ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )