September 12, 2026

ଅଜଣା ଗାଡ଼ି ଧକ୍କାରେ ପୋଲିଂ ଅଫିସର ଙ୍କ ମୃତ୍ୟୁ….

chu9
Share

ମୋହନା –ନିର୍ବାଚନ କାର୍ଯ୍ୟ ସାରି ଆଜି ନିଜ ଗ୍ରାମ କୁ ଫେରୁଥିବା ବେଳେ ଆର.ଉଦୟଗିରି ଥାନା ଛେଳିଗଡ ହାଟ ପଦା ଠାରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଏସୋ ମାଝୀଙ୍କ ମୃତ୍ୟୁ ହୋଇଛି । ଏସୋ ମାଝୀ ମୋହନା ଥାନା ବାଘମାରି ବାଘମାରି ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ । ଏହି ସାଧାରଣ ନିର୍ବାଚନ ରେ ପୋଲିଂ ଅଫିସର ଭାବେ ନିୟୋଜିତ ହୋଇ ନିଜର କାର୍ଯ୍ୟ ସାରି ଆଜି ଫେରିଲା ବେଳେ ଘଟିଛି ଏହି ଅଘଟଣ । ଘଟଣା ସ୍ଥଳରେ ଆର.ଉଦୟଗିରି ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ଲାଗି ପାରଳାଖେମୁଣ୍ଡି ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।