ବାଲିପଦର ଡିଗ୍ରୀ କଲେଜରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଶିବିର
ବୁଗୁଡ଼ା : ତା ୨୮/୦୨/୨୩ : ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଡିଗ୍ରୀ କଲେଜରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଏକଦିବସୀୟ ଶିବିରକୁ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଥିରେ ଭଞ୍ଜନଗର ଉପଖଣ୍ଡ ଆର୍ଥିକ ଅଧିକାରୀ ପଙ୍କଜ କୁମାର ରଥ ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଆର୍ଥିକ ଦେଣନେଣ , ବ୍ଯାଙ୍କିଙ୍ଗ୍ ବ୍ଯବସ୍ଥା ଓ କ୍ଯାସଲେସ୍ ବ୍ଯବସ୍ଥା , ସାଇବର ଠକେଇ ଆଦି ସମ୍ପର୍କେ ଦୃଷ୍ଟାନ୍ତ ପ୍ରଦାନ ପୂର୍ବକ ସଚେତନ କରିଥିଲେ । ଉକ୍ତ ଶିବିରକୁ ଏନଏସଏସ ପ୍ରୋଗ୍ରାମ ଅଫିସର ମିନତୀ ଆଚାରୀ ପରିଚାଳନା କରିଥିବା ବେଳେ ଅଧ୍ଯାପକ ଏ.ଜିତେସ୍ ରାଓ ଦୋରା, ଗୋପୀନାଥ ମହାନ୍ତି, ଅମୀୟ ସ୍ବାଇଁ ଓ ପ୍ରେମାନନ ପ୍ରଧାନ , ଅଧ୍ୟାପିକା ଭକ୍ତଲତା ମହାପାତ୍ର ଓ ସଲିଳା ନାୟକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଏବଂ ପରିଶେଷରେ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।