April 25, 2026

ଅଚେତ ଯୁବକକୁ ମୃତ୍ୟୁ ଘୋଷଣା କଲେ ଡାକ୍ତର

lat
Share

 

ସମ୍ବଲପୁର(ଡଙ୍ଗରପଡା):ରାତିରେ ଖାଇ ପି’ ଶୋଇଥିବା ଜଣେ ଅଚେତ ଯୁବକକୁ ଡାକ୍ତର ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିବା ନେଇ ଖବର ମିଳିଛି।
ମିଳିଥିବା ସୂଚନା ମତେ ଯୁଯୋମୁରା ଥାନା ଅନ୍ତର୍ଗତ ଡଙ୍ଗରପଡା କନ୍ଧପଡା ନିବାସୀ ୨୮ ବର୍ଷିୟ ଦ୍ରୋଣ ମଲ୍ଲିକ ରାତିରେ ଖାଇପି’ଶୋଇଥିବା ସମୟରେ ଆଜି ସକାଳୁ ଅଚେତ ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡାଙ୍କୁ ଖବର ଦେଇଥିଲେ। ଆୟସକାନ୍ତ ତୁରନ୍ତ ଆମ୍ବୁଲାନ୍ସ ଡାକି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ଡାକ୍ତର ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲେ।
ମୃତ ଯୁବକ ରାଜମିସ୍ତ୍ରୀ ଭାବେ କାର୍ଯ୍ୟକରି ପରିବାର ପରିପୋଷଣ କରୁଥିଲେ ଓ ସେ ହଳଧର ମଲ୍ଲିକଙ୍କ ପୁଅ।ତାଙ୍କର ସ୍ତ୍ରୀ ସହିତ ଏକ ୨ ବର୍ଷର ପୁଅ ରହିଛନ୍ତି।ମୃ୍ତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃ୍ତ୍ୟୁର କାରଣ ସ୍ପଷ୍ଟ ହେବ।