ଗୋଲିଆରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ
ବୁଗୁଡା : ତା ୦୪/୦୫/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ବିଶ୍ବ କଲ୍ୟାଣାର୍ଥେ ଆୟୋଜିତ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ଶ୍ରୀ ଚୈତନ୍ୟ ଠାକୁର ନାମ ମଣ୍ଡପରେ ଆୟୋଜିତ ଉକ୍ତ ନାମଯଜ୍ଞରେ ଗୋଲିଆ ଗ୍ରାମର ଖଣ୍ଡିଆ ସାହି , ବଡ ସାହି ଓ ତେଲୁଗୁ ସାହିର ନାମ ସଂକୀର୍ତ୍ତିନ ଦଳ ସମେତ କୁଶପଲ୍ଲୀ ଓ ଭାମଶ୍ଯାଳି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ନାମଯଜ୍ଞ ସହିତ ଘୃତଯଜ୍ଞ ଓ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ନିଳକଣ୍ଠ ଚୌଧୁରୀ ଯୋଗ ଦେଇଥିବା ବେଳେ କର୍ତ୍ତା ଦାୟିତ୍ବ ଖଲି ସ୍ବାଇଁ ନିର୍ବାହ କରିଥିଲେ । ଏହି ନାମଯଜ୍ଞ ଓ ଅନ୍ନଯଜ୍ଞରେ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ବେଳେ ଶାନ୍ତି ଶୃଙ୍ଖଳାର ତାହା ସମ୍ପନ୍ନ ହୋଇଥିଲା ।
ମେ ପହିଲାରୁ ଅଧିବାସ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିବା ଏହି ନାମଯଜ୍ଞର ସମାପନ ଉତ୍ସବ ଅବସରରେ ନଗରକୀର୍ତ୍ତନ , ଦଧିଭାଣ୍ଡ ଭଞ୍ଜନ , ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।