December 5, 2024

ଏଥର ଓଡ଼ିଶାରେ ବିଜେପି ସରକାର କର୍ମୀ ସମ୍ମିଳନୀରେ ଗୁରୁମନ୍ତ୍ର ଦେଲେ ବିପ୍ଳବ ଦେବ

Share

ଗୁଣପୁର ,କେନ୍ଦ୍ର ମୋଦି ସରକାର ଙ୍କ ଫୋକସ ରେ ଏବେ ଓଡିଶା । ଓଡିଶାକୁ କେନ୍ଦ୍ର ନେତୃ ମଣ୍ଡଳୀ, କେନ୍ଦ୍ର ମନ୍ତ୍ରୀ ଙ୍କ ଘନ ଘନ ଗସ୍ତ । ଓଡିଶା ଆସି କର୍ମୀଙ୍କୁ ଦେଉଛନ୍ତି ଉତ୍ସାହ ଓ ପ୍ରସ୍ତୁତ କରୁଛନ୍ତି ରଣନୀତି । ଆଜି ତ୍ରିପୁରା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାୟଗଡା ଜିଲ୍ଲା ଗୁଣୁପୁର ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି । ଓଡିଶା ଶାସନ ବର୍ତ୍ତମାନ ଅଣ ଓଡିଆ ଙ୍କ ହାତରେ । ଏଠିକାର ୨୪ ବର୍ଷର ସ୍ଥାଣୁ ବିଜେଡି ସରକାର ଓଡ଼ିଶାର ସବୁକିଛି ଲୁଟି ନେଇ ତାମିଲ ହାତରେ ରାଜ୍ୟକୁ ଟେକି ଦେଇଛନ୍ତି । ଓଡ଼ିଶାର ଅସ୍ମିତା, ଭାଷା, ସଂସ୍କୃତି ଆଜି ବିପଦରେ । ଓଡ଼ିଶାରେ କଣ ଯୋଗ୍ୟ ନେତା ଙ୍କ ଅଭାବ ରହିଛି କି ? ଓଡ଼ିଆ ଙ୍କ ସ୍ୱାଭିମାନ କୁ ବଳି ପକେଇ ରାଜ୍ୟ ସରକାର ଖାଲି ମିଛ ପ୍ରତିଶ୍ରୁତି ରେ ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କୁ ନିଜର କହି ଲୋକଙ୍କୁ ଭୁଆ ବୁଲାଉଛନ୍ତି । ଏସବୁ ଓଡିଶା ବାସୀ ଜାଣି ସାରିଲେଣି । ମୋଦି ଙ୍କୁ ଗ୍ରହଣ କରିବା ପାଇଁ ମନସ୍ଥ କରିସାରିଲେଣି । ନିଶ୍ଚିତ ଏଥର ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି । ଯେଉଁଠି ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ବାସ ଏରାଜ୍ୟ କେବେ ଗରିବ ହୋଇ ପାରେନା, କେବେ ଅନ୍ୟ ଉପରେ ନିର୍ଭର କରେନା,କେବେ ହାତ ପତାଇ ମାଗି ପାରେନା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ କାଳୀରମ ମାଝୀ, ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ସଂଯୋଜକ ପ୍ରମୋଦ କୁମାର ସାହୁ, ଶିବାଜୀ ଦାସ, y ଗଣପତି, ବିଦ୍ୟା ଶବର, ବଦ୍ରି ମହାନ୍ତି, ସତ୍ୟ ସୁନ୍ଦର କର, ଅମର ସାହୁ, ଟିଙ୍କୁ ପଣ୍ଡା ଙ୍କ ସମେତ ବିଜେପି ର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ |-(ସୁରେନ୍ଦ୍ର ମହାନ୍ତି )

You may have missed