March 11, 2026

ଉମେରକୋଟ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯବେକ୍ଷକ ପଦ୍ମିନୀ ଦିଆନ…….

morm
Share

 

ଉମେରକୋଟ:-ଚଳିତ ନିର୍ବାଚନ କୁ ଆଖି ଆଗରେ ରଖି ଉମେରକୋଟ ବିଧାନସଭା ସିଟ ନିଜ ଅକ୍ତିଆର ରେ ନେବା ପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଓ ବବି ଦାସ ଙ୍କ ଅନୁମୋଦନ କ୍ରମେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଙ୍କୁ ଉମେରକୋଟ ନିର୍ବାଚନ ମଣ୍ଡଳୀ ର ସ୍ୱତନ୍ତ୍ର ପର୍ଯବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି l ଶ୍ରୀମତୀ ଦିଆନ ସମସ୍ତ ନିର୍ବାଚନୀ କାର୍ଯକ୍ରମ ସମୀକ୍ଷା କରିବା ସହ, ପ୍ରତ୍ୟେକ ପଂଚାୟତ ଏବଂ ଭୋଟର ଙ୍କ ସହ ମିଶି ସମସ୍ତ କାର୍ଯ୍ୟ ତଦାରଖ କରିବେ ପୂର୍ଵ ରୁ ଉକ୍ତ ଆସନ ବିଜେପି କବ୍ଜାରେ ରହିଥିବା ବେଳେ ଚଳିତ ନିର୍ବାଚନ ରେ ବିଜେଡି ହାତ କୁ ନେବା ପାଇଁ ରଣନୀତି ତିଆରି କରି ରାଜ୍ୟ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ କୁ ଆଧାର କରି ଜନତା ଙ୍କ ପାଖରେ ପହଂଚିବା ଉପରେ ନଜର ରଖାଯିବା ସହ ଅଧିକ ରୁ ଅଧିକ ଭୋଟ ବ୍ୟବଧାନ ରେ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ମୂଳ ଲକ୍ଷ୍ୟ l ପ୍ରତ୍ୟେକ ବୁଥ୍ ରେ ପହଂଚି ସେଠାକାର ଭୋଟର ଙ୍କ ମୁଡ ପରଖିବା ଏବଂ ବିଜେଡି ସପକ୍ଷରେ ନେବା ଭଳି ଗୁରୁ ଦାୟିତ୍ୱ ଦଳ ର ସଭାପତି ପ୍ରଦାନ କରିଛନ୍ତି l ଆଜି ଠାରୁ ଶ୍ରୀମତୀ ଦିଆନ ଉମେରକୋଟ ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ନେବେ ବୋଲି ସୂତ୍ର ରୁ ପ୍ରକାଶ ପାଇଛି।(ଏମ.ଦିନା°ଶୁ ଆଚାରୀ)