ବିଜେପିର ମିଶ୍ରଣ ପର୍ବ
ଉମରକୋଟ:-ତା:୧/୫/୨୦୨୪ ରିଖ ବୁଧବାର ସକାଳ ୧୦.୦୦ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗରମଣ୍ଡଳ ସ୍ଥିତ ଭାଲୁଗୁଡା ଏବଂ ନଗର ବିଜେପି କାର୍ଯ୍ୟାଳୟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନ ରେ ଦୁଇଟି ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଭାଲୁଗୁଡା ଠାରେ ନଗରମଣ୍ଡଳର ପାଇକ ସମାଜର ୪୦ ଉର୍ଦ୍ଧ ପୁରୁଷ ଓ ମହିଳା ଏବଂ ନଗର ବିଜେପି କାର୍ଯ୍ୟାଳୟ ଠାରେ ଉମରକୋଟ ବିଧାନସଭା କ୍ଷେତ୍ର ବେହେଡା ମଣ୍ଡଳ ର ୫୦ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେଡି କାର୍ଯ୍ୟକର୍ତା ଦଳ ତ୍ୟାଗ କରି ବିଜେପି ରେ ସାମିଲ ହୋଇଛନ୍ତି ।ସାମିଲ ହୋଇଥିବା ଲୋକଙ୍କ କହିବା ଅନୁସାରେ ବିଜେପି ର ନୀତି ଆଦର୍ଶ ଓ ଜସସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦଶ ବର୍ଷ ଶାସନରେ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ଏହି ମୂଳମନ୍ତ୍ର ଆଧାରରେ ଦେଶରେ ବିକାଶ ର ଉଜାଗର ହୋଇଛି ଏବଂ ମୋଦି କହିଛନ୍ତି “ଏ ତ ଟ୍ରେଲରହେ “ବର୍ତ୍ତମାନ ଦେଶକୁ ଆହୁରି ଆଗକୁ ନେବାର ଅଛି ।ବିଜେପି ସରକାର ରେ ମୋଦି ଙ୍କ ବିକଶିତ ଭାରତ ଯୋଜନା ମାନ ସବୁ କାର୍ଯ୍ୟକାରୀ ହେବା ଦେଖୁଅଛୁ ।ରାଜ୍ୟରେ ୨୫ ବର୍ଷ ସରକାର ରେ ଅସନ୍ତୁସ୍ଟ ବୋଧ ପ୍ରକାଶ କରିବା କଥା କହିଥିଲେ ଓ ବିଜେପି ଥିଲେ ଦେଶ ଓ ଧର୍ମ ସୁରକ୍ଷିତ ରହିବ କହି ଆମେ ଆଜି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହେଲୁ କହିଥିଲେ ।ନୂଆରେ ମସିଥିବା କାର୍ଯ୍ୟକର୍ତା ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଦଳୀୟ ଟୋପି ଓ ଉତ୍ତରିୟ ପ୍ରଦାନ କରି ସମ୍ମାନର ସହିତ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଥିଲେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ,ନଗରମଣ୍ଡଳ କଷାଦକ୍ଷ ରାହୁଲ ଅଗ୍ରବାଲ,ବିଧାନସଭା ପ୍ରଭାରି ସୀମାଞ୍ଚଳ ମଲ୍ଲିକ, ବେହେଡା ମଣ୍ଡଳ ସଭାପତି ଧନୁର୍ଯୟ ପରଜା, ମାନସଂଙ୍ଗ୍ ଦାସ, ଭୋଜନାଥ ଗଣ୍ଡ, ମାୟାରାମ ଗଣ୍ଡ, ରମେଶ ଦାସ, ଏବଂ ନଗରମଣ୍ଡଳର ବହୁ କାର୍ଯ୍ୟକର୍ତା ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।( ଏମ୍.ଦିନା°ଶୁ ଆଚାରୀ)