ବିଜୁ କନ୍ଯା ରତ୍ନ ଯୋଜନା ସମ୍ପର୍କେ ଜନପ୍ରତିନିଧିଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୭/୦୨/୨୩ : ଗଞ୍ଜାମ ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଜୁ କନ୍ଯା ରତ୍ନ ଯୋଜନା ଉପରେ ଜନପ୍ରତିନିଧିଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲା ସଂଯୋଜକ ଶିବ ପ୍ରସାଦ ରଥ , ପ୍ରଶିକ୍ଷକ ଅମୀୟ କୁମାର ତ୍ରିପାଠୀ , ବିଡିଓ ବାସୁଦେବ ନାୟକ , ତହସିଲଦାର ସଂଗ୍ରାମ କେଶରୀ ଜେନା , ଆଇଆଇସି ଚିତ୍ତ ରଞ୍ଜନ ବେହେରା , ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ , ଏମଭିଆଇ ନେତ୍ରାନନ୍ଦ ମିଶ୍ର , ରେଞ୍ଜର ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ବ୍ଲକର ଜନପ୍ରତିନିଧି ମାନଙ୍କୁ ବିଜୁ କନ୍ଯା ରତ୍ନ ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କେ ଆଲୋକପାତ କରିଥିଲେ । ସମ୍ପ୍ରତି ସମାଜରେ ଲିଙ୍ଗଗତ ବୈଷମ୍ୟତା ଦୂରୀକରଣ ନିମନ୍ତେ ଉଦ୍ଦିଷ୍ଟ ଓଡିଶା ସରକାରଙ୍କ ବିଜୁ କନ୍ଯା ରତ୍ନ ଯୋଜନା(ଆମ କନ୍ଯା ଆମ ରତ୍ନ)ର ସଫଳ ରୂପାୟନ ପାଇଁ ଲିଙ୍ଗ ନିରୂପଣ ଓ କନ୍ଯା ଭୃଣ ହତ୍ଯା , ବାଲ୍ଯ ବିବାହ ଆଦି ସାମାଜିକ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ସହ କନ୍ଯା ସନ୍ତାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ବିକାଶ ପ୍ରତି ଯତ୍ନଶୀଳ ହେବା ସକାଶେ ଜନ ସଚେତନତା ସୃଷ୍ଟି କରିବା ଦିଗରେ ଜନପ୍ରତିନିଧିଙ୍କ ଭୂମିକା ଅତି ଗୁରୁତ୍ତ୍ୱପୂର୍ଣ୍ଣ ହେତୁ ଏ ଅବସରରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିପିଓ ମନୋଜ କୁମାର ସାହୁ ସଂଯୋଜକ ଦାୟିତ୍ବ ନିର୍ବାହ କରିଥିଲେ ।