November 26, 2024
Share

➡️୧-ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଯୋଧ୍ୟା ଗସ୍ତ, ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀରେ କରିବେ ପୂଜାର୍ଚ୍ଚନା l ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ହେଉଛି ପ୍ରଥମ ରାମନଗରୀ ଗସ୍ତ।

➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ । ନିର୍ବାଚନୀ ସତ୍ୟାପାଠରୁ ଆସିଲା ତଥ୍ୟ l

➡️୩-ରେକର୍ଡ ଭାଙ୍ଗିଲା ତାତି । ବାରିପଦାରେ ହେଲା ସର୍ବକାଳିନ ରେକର୍ଡ, ୪୬ଡିଗ୍ରୀ ଟପିଲା ତାପମାତ୍ରା । ୪୫ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର । ହିଟ୍ କରିଡରକୁ ନେଇ ସବୁଠି ଉଠିଲା ଚର୍ଚ୍ଚା l

➡️୪-ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ l ମାଆଙ୍କୁ ଦର୍ଶନ କରି ଷଷ୍ଠଥର ପାଇଁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ l ମେ ୨୦ ତାରିଖରେ ହେବ ମତଦାନ।

➡️୫-ଚୂଡ଼ାନ୍ତ ତଥ୍ୟ ଜାରି କଲେ ନିର୍ବାଚନ କମିସନ, ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି।

➡️୬-ଆସନ୍ତା ୭ତାରିଖରେ ନବରଙ୍ଗପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଜନସଭାରେ ସମ୍ବୋଧନ କରିବା ସହ ଏକ ରୋଡ୍‌ ସୋ’ର କାର୍ଯ୍ୟକ୍ରମ ରହିଛି l

➡️୭-ପୃଥିବୀର ୧୦ ଉତ୍ତପ୍ତ ସହର ଭିତରେ ସ୍ଥାନ ପାଇଲା ଓଡ଼ିଶାର ୩ଟି ସହର l ବାରିପଦା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାଲେଶ୍ୱର ତୃତୀୟ ଓ ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି।

➡️୮-ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଗତକାଲି ବିଧିବଦ୍ଧ ଭାବେ କଲେ ଦାୟିତ୍ୱ ଗ୍ରହଣ l

➡️୯-୬୦ ଏବଂ ୮୦ ଦଶକର ଅଭିନେତ୍ରୀ ମାଲା ସିହ୍ନାଙ୍କ ସ୍ୱାମୀ ଚିଦାମ୍ବର ପ୍ରସାଦ ଲୋହାନୀ ୮୬ ବର୍ଷ ବୟସରେ କଲେ ଶେଷ ନିଃଶ୍ୱାସ ତ୍ୟାଗ l ଦୀର୍ଘଦିନ ଧରି ସେ ନିମୋନିଆ ରୋଗରେ ପୀଡିତ ଥିବା ବେଳେ ସେ ଡାକ୍ରରଖାନାରେ ଚିକିତ୍ସା ହେଉଥିଲେ ।

➡️୧୦-ମିଛ ଭିଡିଓ ଦେଖାଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିବା ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଏଫଆଇଆର ଦେଲା ବିଜେପି। ଉଭୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି କଲା ଦାବି l

➡️୧୧-ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ଅଧିକାରକୁ ମାରି ମୁସଲିମଙ୍କୁ ସଂରକ୍ଷଣ ଦେବାକୁ ଅନୁମତି ଦେବି ନାହିଁ । ଗତକାଲି ତେଲଙ୍ଗାନାର ଜହୀରାବାଦରେ ଏକ ସର୍ବାଜାନୀନ ରାଲିକୁ ସମ୍ୱୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୨-ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନିର ଦିବ୍ୟ ଫାର୍ମାସି ଦ୍ୱାରା ଉତ୍ପାଦିତ ହେଉଥିବା ୧୪ଟି ପ୍ରଡକ୍ଟର ଲାଇସେନ୍ସ କୁ କଲେ ରଦ୍ଦ l ଏହିସବୁ ପ୍ରଡକ୍ଟ ଉପରେ ୧୯୪୫ର ନିୟମ ୧୫୯ (୧) ଅନୁଯାୟୀ ବ୍ୟାନ ଲାଗିଛି ।

➡️୧୩-କରୋନା ଟିକା କୋଭିସିଲ୍ଡ ଟିକା ବାବଦରେ ସତ ମାନିଲା କମ୍ପାନୀ । ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା l

➡️୧୪-ବଦଳିଲା ଅନନ୍ତନାଗ-ରାଜୌରୀ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ, ଏଣିକି ମେ ୭ ପରିବର୍ତ୍ତେ ମେ ୨୫ରେ ହେବ ଭୋଟଗ୍ରହଣ l

➡️୧୫-ତାମିଲନାଡୁର ମତ୍ସ୍ୟଜୀବୀଙ୍କ ଉପରେ ହମ୍‌ଲା କଲେ ସମୁଦ୍ର ଦସ୍ୟୁ, ଲୁଟିନେଲେ ଟଙ୍କା ଓ ୱାକି-ଟକି l

➡️୧୬-ଯୁଦ୍ଧ ଭିତରେ ବଢ଼ିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା । ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା l

➡️୧୭-କାନାଡାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସପ୍ତାହକୁ ୨୪ ଘଣ୍ଟା କ୍ୟାମ୍ପସ ବାହାରେ କରିପାରିବେ କାମ l

➡️୧୮-ଆଇପିଏଲ୍‌ର ୪୮ତମ ମ୍ୟାଚ ରେ ଗତକାଲି ୪ ଓ୍ଵିକେଟ୍‌ରେ ଜିତି ନିଜର ପ୍ଲେ ଅଫ୍ ସ୍ଥାନ ମଜବୁତ କଲା ଲକ୍ଷ୍ନୌ। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୧୪୫ ରନ ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ମାର୍କସ ଷ୍ଟୋଇନିସଙ୍କ ୬୨ ରନ ଇନିଂସ ବଳରେ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କଲା ଏହି ସଫଳତା l

➡️୧୯-ଟି-ଟ୍ୱେଂଟି ବିଶ୍ୱକପ ପାଇଁ ଭାରତୀୟ ଦଳ ହେଲା ଘୋଷଣା । ୧୫ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା l ରୋହିତ୍ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରାଯାଇଛି l

➡️୨୦-ଟି-୨୦ ବିଶ୍ବକପ ପାଇଁ ଘେଷଣା ହେଲା ଇଂଲଣ୍ଡ ଟିମ୍ , ଦୀର୍ଘଦିନ ପରେ ଦଳକୁ ଫେରିଲେ ଜୋଫ୍ରା ଆଚର l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed