April 30, 2026

ଗଜପତି ଜିଲ୍ଲାରେ ନିର୍ବାଚନ ଉପଲକ୍ଷେ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା…

menno
Share

ପାରଳାଖେମୁଣ୍ଡି,

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ସଂସଦୀୟ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା । ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଶ୍ରୀଯୁକ୍ତ ସୌରବ ଦୁବେ, ଆଇଆରଏସ, ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏବଂ ମୋହନା ଓ ପାରଳାଖେମୁଣ୍ଡିର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଚନ୍ଦ୍ରାଣିକା ଗର୍ଗ, ଆଇଆରଏଏସ, ଯୋଗଦେଇ ନିର୍ବାଚନ ସମନ୍ଧୀୟ ସମସ୍ତ ଖର୍ଚ୍ଚ ଉପରେ ସମୀକ୍ଷା କରିଥିଲେ।
ଆଜିର ବୈଠକରେ ଦୁଇଟି ନିର୍ବାଚନ ମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନ ପାଇଁ ସମସ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ଆୟକର ବିଭାଗ, ସିଟିଜିଏସ୍‌ଟି ବିଭଗ, ଅବକାରୀ ବିଭାଗ, ପରିବହନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ,ଗଜପତି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଉପରେ ସୂଚନା ପ୍ରଦାନ କରିଥିଲେ। ଆଜିର ବୈଠକରରେ ଶ୍ରୀ ରବୀନ୍ଦ୍ର କହଁର,ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ,ଛେଳିଗଡ଼, ଶ୍ରୀମତୀ ସୁଚିସ୍ମିତା ମାଝୀ,ଡେପୁଟି କଲେକ୍ଟର ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଭିନ୍ନ ଟିମ୍‌ ତଥା ଭିଏସ୍‌ଟି, ଏସ୍‌ଏସ୍‌ଟି, ଭିଏସ୍‌ଟି, ଆକାଉଣ୍ଟ ଟିମ୍, ଫ୍ଲାଇଙ୍ଗ ସ୍କ୍ବାଡ୍‌, ଏମ୍‌ସିଏମ୍‌ସି ଟିମ୍‌ର ନୋଡାଲ ଅଧିକାରୀଙ୍କ ମାନଙ୍କ ସହିତ ଆଲେଚନା କରିଥିଲେ। ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀମାନଙ୍କୁ ନିଜ ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ ସହ ଆଚରଣ ବିଧି ଉଲ୍ଲଙ୍ଘନ କରୀଙ୍କୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

You may have missed