April 30, 2026

ରାଜମିସ୍ତ୍ରୀ ରାମଚନ୍ଦ୍ର ବାଡତ୍ୟା ଆସିକା ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଶ୍ରମିକଙ୍କ ଅଧିକାର ଲଢେଇ ଆଗକୁ ନେବା ପାଇଁ ରାଜନୈତିକ ସଂଘର୍ଷ

ter
Share


ଆସିକା, ତା ୨୯/୦୪. ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ପାର୍ଟି ପକ୍ଷରୁ ଆସିକା ବ୍ଳକ ଅନ୍ତର୍ଗତ ହରିଡ଼ା ପଦର ଗ୍ରାମର ରାମଚନ୍ଦ୍ର ବାଡତ୍ୟା ଆଜି ଆସିକା ବିଧାନସଭା ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପାର୍ଟି କର୍ମୀ ଓ ସମର୍ଥକ ଙ୍କ ଗହଣରେ ଭଞ୍ଜନଗର ଟ୍ରେକର ଷ୍ଟାଣ୍ଡ ଛକରୁ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତି ପୋଷଣ କରୁଥିବା ରାମଚନ୍ଦ୍ର ବାଡତ୍ୟା ଯୁବକ ସମୟରୁ ଶ୍ରମିକଙ୍କ ଅଧିକାର ପାଇଁ ସଂଘର୍ଷ ଆରମ୍ଭ କରିଛନ୍ତି। ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା ସେତେବେଳେ ଶ୍ରମିକଙ୍କ ମଜୁରୀ ୧୨ ଟଙ୍କା ରୁ ୧୫ ଟଙ୍କା ଏବଂ ରାଜମିସ୍ତ୍ରୀ ଙ୍କ ୨୫ ଟଙ୍କାରୁ ୩୦ ଟଙ୍କା କୁ ବୃଦ୍ଧି କରିବା ପାଇଁ କବିସୂର୍ଯ୍ୟନଗର ରେ ଧେଙ୍ଗୁରା ପିଟି ଚର୍ଚ୍ଚିତ ହେବା ସହ ବଡବଡିଆ ମାଲିକଙ୍କ ଆକ୍ରୋଶର ଶିକାର ହୋଇ କବିସୂର୍ଯ୍ୟନଗର ରୁ ହରିଡ଼ା ପଦର ଆସି ନିଜ ସଂଘର୍ଷ ରଥ ଆଗକୁ ନେଇଥିଲେ। ୫୫ ବର୍ଷ ବୟସରେ ଆଜି ମଧ୍ୟ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରମିକଙ୍କ ସ୍ନେହ ଶ୍ରଦ୍ଧା ଯୋଗୁଁ ଆଜି ଓଡ଼ିଆ ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ, ଟିୟୃସିଆଇ ର ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।‌ ଶ୍ରମିକଙ୍କ ପାଇଁ ସି.ପି.ଆଇ(ଏମ୍ ଏଲ୍) ରେଡ ଷ୍ଟାର ସଠିକ ଲାଇନ ନେଇଥିବାରୁ ଦୀର୍ଘ ୧୦ ବର୍ଷ ହେଲା ପାର୍ଟି ରେ କାମ କରି ଆଜି ଜିଲ୍ଲା କମିଟି ସଦସ୍ୟ ଭାବେ କରୁଛନ୍ତି। କୋଟିପତି ମାନେ ନିର୍ବାଚନ ରେ ଅବତୀର୍ଣ୍ଣ ହେଉଥିବା ସମୟରେ ରାଜମିସ୍ତ୍ରୀ ରାମଚନ୍ଦ୍ର ବାଡତ୍ୟାଙ୍କ ଶ୍ରମିକଙ୍କ ହକ ପାଇଁ ଲଢେ଼ଇ ଆଜି ଅତି ଗୁରୁତ୍ବପୂର୍ଣ୍ଣ ଅଟେ ନିଶ୍ଚିତ ନିର୍ବାଚନ ରେ ବିଜୟ ହେବେ ବୋଲି ଆଶା ରଖିଛନ୍ତି ଶ୍ରୀଯୁକ୍ତ ବାଡତ୍ୟା।‌ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବ, କୃଷକ ନେତା ଅକ୍ଷୟ ସାହୁ, ମହିଳା ନେତ୍ରୀ ହାର ନାହକ, ଲଳିତା ସ୍ବାଇଁ, ଶୁଶାନ୍ତ ନାହକ, ଅନିଲ କୁମାର ନାହକ ଆଦି ଉପସ୍ଥିତ ଥିଲେ।

You may have missed