November 15, 2024

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ଗୁଣପୁର

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ଗୁଣପୁର ଉପ ଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜି ଆଉ ଇ ଟି ୟୁନି ଭର୍ ସିଟି ର ଉପ ସଭାପତି ତଥା ଗୁଣପୁର ମହାବିଦ୍ୟାଳୟ ର ପ୍ରାକ୍ତନ ପ୍ରାଧ୍ୟାପକ ଚନ୍ଦ୍ର ଧ୍ଵଜ ପଣ୍ଡା ଯୋଗଦେଇ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ଗୁଣପୁର ସମିତି ଅଧ୍ୟକ୍ଷା ଝିଲ୍ଳି ଶବର ଓ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ଯୋଗଦେଇ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଶିଶୁ ମନ୍ଦିର ର ବିଦ୍ୟାର୍ଥୀ ମାନେ ପ୍ରାରମ୍ଭିକ ବିଭୁ ବନ୍ଦନା ଗାନ କରିବା ପରେ କାର୍ଯ୍ୟ ସୂଚୀ ଅନୁଯାୟୀ ସଭା କାର୍ଯ୍ୟ ସଂଘର ଉପସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ପରିଚାଳନା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କବି,କବିୟତ୍ରୀ,ଲେଖକ,ଲେଖକାଙ୍କ ଦ୍ଵାରା କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ନୀଳମାଧବ ଦାଶ, ରମେଶ ମିଶ୍ର, ଆଶ୍ୱିନ ତ୍ରିପାଠୀ ଓ ପ୍ରତାପ ଚନ୍ଦ୍ର ରାୟ ସଂଯୋଜନା କରୁଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବାଦ ପରିବେଷଣ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ଭୂମିକା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସ୍ଥାନୀୟ ଥାୟାରାମା ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ସଂଘ ମୁଖପତ୍ର ” ଗୁଣାତ୍ମକ” ପୁସ୍ତକା ର ମୁଖବନ୍ଧ ଉନ୍ମୋଚନ କରାଯାଇଥିଲା । ସେହିଭଳି ସନ୍ଧ୍ୟାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ଜିଲ୍ଲାପାଳ ଶ୍ରୀମତି ସୁଜାତା ପାଢୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାୟଗଡ ଜିଲ୍ଲା ଖାଉଟି ବିଚାର ମଞ୍ଚର ପ୍ରାକ୍ତନ ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ ସଭା କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ସଂଘର ଆବାହକ ଶକ୍ତି ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଶିଶୁ ମନ୍ଦିର ର ବିଦ୍ୟାର୍ଥିମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର କୋଷାଧ୍ୟକ୍ଷ ସିଦ୍ଧାର୍ଥ ପ୍ରେମ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ସକାଳ ଅଧିବେଶନରେ ସ୍ଵରଚିତ କବିତା ପାଠ କରିଥିବା ତିରିଶି ଜଣ କବି ଓ କବୟିତ୍ରୀ ଙ୍କୁ ସମ୍ମାନୀତ କରାଯାଇଥିବା ସହ ଉପଖଣ୍ଡରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ଵ ଙ୍କୁ ପ୍ରତିଭା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସର୍ଵ ଶ୍ରୀ ସମାଜସେବୀ ବାଞ୍ଛା ମହାନ୍ତି,କୃଷିବିତ୍ କୃଷ୍ଣ ପ୍ରସାଦ ବେବର୍ତ୍ତା,ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ,ଅଭିନେତା ତଥା ନାଟକ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାଶ, ହାସ୍ୟ ଅଭିନେତା ନୀଳ ମାଧବ ପାଢ଼ୀ,ବରିଷ୍ଠ ଫୋଟ ଗ୍ରଫର୍ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୌରୀ ପ୍ରସାଦ ତ୍ରିପାଠୀ,ଶିକ୍ଷାବିତ୍ ଜଗନ୍ନାଥ ପଟ୍ଟନାୟକ, ବିଶିଷ୍ଟ ତବଲା ବାଦକ ତଥା ଗୁରୁ ସୁରେନ୍ଦ୍ର ମିଶ୍ର,ବରିଷ୍ଠ ଆଇନଜୀବି ତଥା ସୁବକ୍ତା ଉମା ଚରଣ ପଟ୍ଟନାୟକ, ଶ୍ରେଷ୍ଠ ସଂଗଠକ ତଥା ଆଦିବାସୀ ନେତା ତ୍ରିପତି ଗମାଙ୍ଗ, କଣ୍ଠ ଶିଳ୍ପୀ ସର୍ମିଳା ସାମନ୍ତରାୟ ,ଉପସ୍ଥାପିକା ବେବିରଣୀ ନନ୍ଦ ଓ ନାଟ୍ଯକାର ତଥା ଲେଖକ ପ୍ରତାପ ରାୟ ଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ବରିଷ୍ଠ ଓକିଲ ପ୍ରଦୀପ କୁମାର୍ ଦାଶ ଙ୍କ ଲିଖିତ ” ମୁଁ ବି ଓକିଲ ହେବି ” ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଆଗାମୀ ଦିନରେ ଅଦାଲତରେ ଓକିଲ ଏବଂ ମହଜିଲ ଙ୍କ ଅନୁଭୂତିକୁ ନେଇ ପୁସ୍ତକ ଲେଖିବା ସହ ଅନ୍ୟାନ୍ୟ ଆଇନ ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଧାରିତ ଆଇନକୁ ଓଡ଼ିଆ ଭାଷାରେ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଉନ୍ମୋଚନ କରାଯିବ ବୋଲି ଆଇନଜୀବୀ ପ୍ରଦୀପ ଦାଶ କହିଛନ୍ତି । ସଂଘ ର ସଭାପତି ଭାବେ କାର୍ଯ୍ୟଭାର ତୁଲାଇ ସଦସ୍ୟଙ୍କ ପଥ ପ୍ରଦର୍ଶକ ପାଲଟିଥିବା ପ୍ରାକ୍ତନ ସଭାପତି ସର୍ବଶ୍ରି ଅନିଲ କୁମାର ସାହୁକାର,ପ୍ରଶାନ୍ତ କୁମାର କର ଙ୍କୁ କାର୍ଯ୍ୟକ୍ରମର ଶେଷରେ ସଭାପତି ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ଗୁଣପୁର ପ୍ରେସ କ୍ଲବ୍ ର ସଭାପତି ପ୍ରମୋଦ ସାହୁ ଏବଂ ବଂଶଧାରା ପ୍ରେସ କ୍ଲବ୍ ର ସଭାପତି ତ୍ରିପତି ବିଡ଼ିକା ଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କୁ ନେଇ ସଙ୍ଗୀତ, ନୃତ୍ୟ ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା l ଏଥିରେ କୃତି ବିଦ୍ୟାର୍ଥୀ ଙ୍କୁ ସଂଘ ପକ୍ଷରୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମର ଶେଷରେ ସ୍ଥାନୀୟ କୁନି କଳାକାର ଏବଂ କଳାକାର ଗ୍ରୁପ୍ ର କିଛି ବଛା ବଛା କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଂପୂର୍ଣ୍ଣ ଅଧିବେଶନକୁ ସଂଘର ଉପଦେଷ୍ଟା ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ପରିଚାଳନା କରି ଉପସ୍ଥିତ ସମସ୍ତ ଶ୍ରେୟ ଅଭିଳାସୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ସଂଘର ସଦସ୍ୟ ସତ୍ୟ ନାରାୟଣ ସାହୁ, ହରି ହର ଶତପଥୀ, ଚନ୍ଦନ ସାହୁ, ଚେପଲି ପ୍ରେମ କୁମାର ଓ ନୀର ରଥ ସହଯୋଗ କରିଥିଲେ l