April 30, 2026

ଅସ୍ତରଙ୍ଗ ମଡର ଘଟଣା,ଫରେନ୍ସିକ ଦଳ ର ଛାନ ଭିନ,ଚାରି ଯୁବକ ସନ୍ଦେହ ଘେରରେ,ରକ୍ତ ଭିଜା ମାଟି ଜବତ …

4ppl
Share

ଅସ୍ତରଙ୍ଗ,,ବୁଧବାର ଅସ୍ତରଙ୍ଗ ସମୁଦ୍ର ତଟରୁ ମିଳିଥିବା ହତ୍ୟା ସମ୍ବଧିୟ ମୃତ ଶରୀର ଗୁରୁବାର ଦିନ ଅଲଗା ମୋଡ ନେଇ ଅଛି । ସନ୍ଦେହ ଘରରେ ଥିବା ଆଖୁପଡ଼ିଆ ହରିଜନ ସାହିର ଚାରିଜଣ ଯୁବକ ଙ୍କ ନାମରେ ମୂର୍ତ୍ତକ ପୁଅ ଶ୍ରୀ ଉଲ୍ଲାସ ସ୍ବାଇଁ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଏତଲା ବୁଧବାର ଦିନ ରାତ୍ରରେ ଅସ୍ତରଙ୍ଗ ଥାନା ଆଇ ଆଇ ସି ଙ୍କୁ ପ୍ରଦାନ କରି ଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ମୁର୍ତକ ଆଖୁପଡ଼ିଆ ହରିଜନ ସାହି ନିକଟରେ ମୁଗ ଚାଷ ତଥା ଅନ୍ୟାନ୍ୟ ଫସଲ କରି ସେଠାରେ ଏକ କୁଡ଼ିଆ କରି ପ୍ରାୟ ରହୁଥିଲେ । ହେଲେ,ମଙ୍ଗଳବାର ରାତ୍ର ରେ କୁରାଢି ଘରୁ ନେଇ ଜଙ୍ଗଲକୁ କାଠ କାଟିବା ପାଇଁ ଯାଇଥିବା ବେଳେ,ବୁଧବାର ଦିନ ସକାଳେ ସମୁଦ୍ର କୁଳରୁ ତାଙ୍କର ମୂର୍ତ ସରିର ଦେଖିବାକୁ ମିଳିଥିଲା । ହେଲେ, ବୁଧବାର ଦିନ ସନ୍ଦେହ ହେବାରୁ ଘର ଲୋକ,ମୁଗ କିଆରୀ ପାଖକୁ ଯାଇ ଦେଖିଲେ ଯେ,ଆଖୁପଡିଆ ହରିଜନ ସାହିକୁ ଲାଗିଥିବା ରାସ୍ତା ଓ ତା ନିକଟରେ ଥିବା ପୋଖରୀ ନିକଟରେ କେତେକ ଜାଗାରେ ମାଟିକୁ ଲାଗି ରକ୍ତର ଛିଟା ପଡ଼ିଅଛି । ପରିବାର ଲୋକ ଦେଖି ପୋଲିସିକୁ ଜଣାଇଲା ପରେ , ପୋଲିସ ଗୁରୁବାର ଦିନ ଉକ୍ତ ସ୍ଥାନ ପର୍ଦର୍ଶନ କରି ମୁଗ କିଆରୀ ସହ,ଏହି ସବୁ ସ୍ଥାନରୁ ରକ୍ତ ଭିଜା ମାଟି ସଂଗ୍ରହ କରି ପରୀକ୍ଷା ପାଇଁ ନେଇ ଅଛି ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)

You may have missed