April 30, 2026

ଚିନ୍ମୟ ସ୍କୁଲର ୩୩ତମ ବାର୍ଷିକ ଉର୍ତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l…..

pink5
Share

ଆଜି ପୁରୀ ବଡଦାଣ୍ଡ ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଚିନ୍ମୟ ସ୍କୁଲର ୩୩ତମ ବାର୍ଷିକ ମହୋର୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥିଭାବେ ପୂର୍ବତନ କାଉଁଶୀଳର ଭକ୍ତ ଚରଣ ଦାଶ, ଖୋର୍ଦ୍ଧା ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ନିହାର ରଞ୍ଜନ ଦାଶ, ସମାଜସେବୀ ବସନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ବହୁ ମୂଲ୍ୟ ସମୟ ଦେଇ ଉପଦେଶ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ସଭାପତି ମୁରଲୀ ଦାଶ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ଉପସଭାପତି ରମେଶ ଚନ୍ଦ୍ର ବଳିୟାରସିଂହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସ୍ବର୍ଗତ ବିଷ୍ନୁପ୍ରିୟା ଆଚାର୍ଯ୍ୟଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ବିଦ୍ୟାଳୟ କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ପ୍ରତିଶୃତି ଦେଇଥିଲେ l ସଭାକାର୍ଯ୍ୟ ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed