November 23, 2024

ITR ରୁ ଗୁପ୍ତ ତଥ୍ୟ ଲିକ୍ ପ୍ରସଙ୍ଗ, ବନ୍ଧାହେଲେ ଜଣେ ବରିଷ୍ଠ ଅଫିସର ଓ ଠିକା କର୍ମଚାରୀ

Share

 

ବାଲେଶ୍ୱର ୨୪/୦୨: ଚାନ୍ଦିପୁର ITRରେ ପୁଣି ହନିଟ୍ରାପ । ପ୍ରତିରକ୍ଷା ବିଭାଗର ଜଣେ ସିନିୟର ଅଫିସର ଏହି ହନିଟ୍ରାପର ଶିକାର ହୋଇଛନ୍ତି । ପାକିସ୍ତାନ ରାୱଲପିଣ୍ଡିର ମହିଳାଙ୍କ ପ୍ରେମରେ ପଡି ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ କରିଥିବା ଅଭିଯୋଗ ।

ତେବେ ଏହି ଅଭିଯୋଗରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏହାସହ ଜଣେ ଠିକାଦାରଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଓ ବାଲେଶ୍ୱର ଏସ୍‌ପି ସାଗରିକା ନାଥ୍ ।

ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର । ହନି ଟ୍ରାପରେ ଫସି ପାକିସ୍ତାନକୁ ଦେଇଥିଲେ ଗୁପ୍ତ ତଥ୍ୟ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ସେହିଭଳି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ସନ୍ଦେହ କରିଛି ପୋଲିସ ।

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,