ଆଜିର ଖବର….
➡️୧-ଏଣିକି ରାଜ୍ୟରେ ସବୁ ଅଙ୍ଗନବାଡି ଏବେ ସକାଳୁଆ ଖୋଲିବ l ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲା ନିର୍ଦ୍ଦେଶ l ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କରିବା ପାଇଁ ନିଷ୍ପତି ନେଲେ ସରକାର l
➡️୨-ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ହେଲା ପ୍ଲାଷ୍ଟିକ ମନା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ଏଣିକି ଲାଗୁହେଲା କଟକଣା ।
➡️୩-ଦେଶର ଡ୍ରାଇଭରଙ୍କ ପାଇଁ ବଡ ଖବର । ବର୍ତ୍ତମାନ ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏ ନେଇ ସଡକ ପରିବହନ ମନ୍ତ୍ରଣାଳୟ ଦେଲା ସୂଚନା l
➡️୪-ସମ୍ମାନଜନକ ୩୨ତମ ‘ଏକଲବ୍ୟ ପୁରସ୍କାର ୨୦୨୪’ ନିମନ୍ତେ ନାମାଙ୍କନ ପତ୍ର ପାଇଁ ହେଲା ଆହ୍ବାନ l ପ୍ରାର୍ଥୀ ପତ୍ରକୁ ୨୦୨୪ ମେ ୩୧ ସୁଦ୍ଧା ଇମ୍ପାକ୍ଟ, ଇମ୍ଫାବିଲ୍ଡିଂ, ଭୁବନେଶ୍ୱର – ୭୫୧୦୧୦ ଠିକଣାରେ ପହଞ୍ଚିବା ଆବଶ୍ୟକ ।
➡️୫-ଦେଶରେ ୫୦୦ରୁ ଅଧିକ ଔଷଧ ହେଲା ମହଙ୍ଗା, ସେହିପରି ମଦ ମହଙ୍ଗା ହେବାବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ହେଲା ଶସ୍ତା l
➡️୬-ପ୍ରଖ୍ୟାତ ଓଡ଼ିଆ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୬୪ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ହେଲା ଦେହାନ୍ତ l ଆଜି ସ୍ୱାର୍ଗଦ୍ୱାରରେ ହେବ ଶେଷକୃତ୍ୟ ସମ୍ପନ୍ନ l
➡️୭-ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇନଥିଲେ ମଧ୍ୟ ଏଣିକି ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ l
➡️୮-ଆଜିଠାରୁ ବନ୍ଦ ହେବାକୁ ଯାଉଛି ଗୁଗୁଲ୍ର ପୋଡକାଷ୍ଟ ସେବା l
➡️୯-ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ l
➡️୧୦-ସାମ୍ନାକୁ ଆସିଲା ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ l ମାରୁତି ସୁଜୁକି ତାଲିକାରେ ସର୍ବ ପ୍ରଥମେ ରହିଥିବା ବେଳେ ହ୍ୟୁଣ୍ଡାଇ ଦ୍ବିତୀୟ ନମ୍ବର ଏବଂ ଟାଟା ମୋଟର୍ସ ତୃତୀୟ ନମ୍ବରରେ ରହିଛି ।
➡️୧୧-ଏଣିକି ଉଡାଣରେ ବିଳମ୍ୱ ହେଲେ ଯାତ୍ରୀ ଏବେ ବିମାନରୁ ବାହାରକୁ ଆସିପାରିବେ । ଏଥିପାଇଁ ବିମାନ ସୁରକ୍ଷା ନିରୀକ୍ଷଣ ସଂସ୍ଥା ନୂଆ ନିର୍ଦ୍ଦେଶ କଲା ଜାରି l
➡️୧୨-ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା l ପ୍ରବଳ ତାତିରେ ଫୁଟୁଛି ରାଜ୍ୟର ଅଧିକାଂଶ ଅଞ୍ଚଳ l
➡️୧୩-ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (IRSE) ର ଅଧିକାରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର କଲେ ଗ୍ରହଣ l
➡️୧୪-ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ଭାରତର ଐତିହାସିକ ସଫଳତା l ପ୍ରଥମଥର ୨୧ ହଜାର କୋଟି ପାର୍ କଲା ଡିଫେନ୍ସ ଏକ୍ସପୋର୍ଟସ୍ l
➡️୧୫-ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ନିବେଶକ ହେଲେ ମାଲାମାଲ l ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬.୨ ଲକ୍ଷ କୋଟି ଟଙ୍କା ହେଲା ବୃଦ୍ଧି l
➡️୧୬-ଏପ୍ରିଲ ୧ରୁ ସର୍ବସାଧାରଣ ସ୍ଥାନରେ ଗଞ୍ଜେଇ (ଗଞ୍ଜେଇ) ବ୍ୟବହାରକୁ ଅନୁମତି ଦେଲେ ଜର୍ମାନୀ ସରକାର । ଏହି ନୂଆ ଆଇନ ଅନୁଯାୟୀ ଜର୍ମାନୀରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଖରେ ୨୫ ଗ୍ରାମ ପର୍ଯ୍ୟନ୍ତ ଗଞ୍ଜେଇ ରଖିବାକୁ ଅନୁମତି ମିଳିବ l
➡️୧୭-ଭାରତ ସପକ୍ଷରେ ବାହାରି ବିରୋଧୀଙ୍କୁ ଧୋଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା l ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନକୁ କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା ।
➡️୧୮-ଭାରତୀୟ ସେନାର ଦ୍ବିତୀୟ ବିଶ୍ବଯୁଦ୍ଧ ଯୋଦ୍ଧା ସୁବେଦାର ଥାନେସିଆଙ୍କର ୧୦୨ ବର୍ଷ ବୟସରେ ହେଲା ମୃତ୍ୟୁ l କୋହିମା ଯୁଦ୍ଧରେ ତାଙ୍କର ବୀରତ୍ବ ପ୍ରଦର୍ଶନ ପାଇଁ ସେ ବେଶ୍ ପ୍ରଖ୍ୟାତ ଥିଲେ।
➡️୧୯-୨୦୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ଼ ଅପଡେଟ୍ ଦେଲା ରିଜର୍ଭ ବ୍ୟାଙ୍କ l ପ୍ରାୟ ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ମାତ୍ର ୮୨୦୨ କୋଟି ଟଙ୍କାର ୨୦ ଟଙ୍କିଆ ନୋଟ୍ ଏବେ ଲୋକଙ୍କ ପାଖରେ ରହିଛି।
➡️୨୦-ୟୁଜବେନ୍ଦ୍ର ଚହଲ ଓ ବୋଲ୍ଟଙ୍କ ଘାତକ ବୋଲିଂରେ ମୁମ୍ବାଇ ହେଲା ଧରାଶାୟୀ l ୬ ଓ୍ଵିକେଟ୍ସ ରେ ନରାଇଜର୍ସ ହାଇଦ୍ରାବାଦ ହେଲା ବିଜୟୀ l
➡️୨୧-ଏପ୍ରିଲ ୧୬ରେ ଆଇପିଏଲ୍ ମାଲିକଙ୍କ ହେବ ବୈଠକ l ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି ରିଟେନଶନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇପାରେ।