March 12, 2026

ପ୍ରାର୍ଥୀତ୍ବ ଘୋଷଣା ପରେ ବୁଗୁଡ଼ାରେ ବିଜେଡିର ସାଂଗଠନିକ ବୈଠକ

buguda
Share


ବୁଗୁଡା : ତା ୩୧/୦୩/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ମେ ୨୦ ତାରିଖରେ ଆସ୍କା ଲୋକସଭା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ମତଦାନ ହେବାକୁ ଯାଉଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ସାହୁଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋଙ୍କ ଦ୍ବାରା ଘୋଷଣା ହେବା ପରେ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଥର ବିଜୟ ହୋଇ ହ୍ଯାଟ୍ରିକ୍ ମାରିବା ଲକ୍ଷ୍ୟରେ ଥିବା ଶ୍ରୀକାନ୍ତ ସାହୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଜି ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅବସରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦଳୀୟ ସଂଗଠନକୁ ପୂର୍ବାପେକ୍ଷା ଆହୁରି ଅଧିକ ମଜଭୁତ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ସୁଧାଂଶୁ ଶେଖର ପାଢୀ, କେ. ନୀଳମାଧବ ଆଚାରୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ଯକ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀ ଯୋଗ ଦେଇଥିଲେ ।