ବଣୁଆ ହାତୀପଲର ଉପଦ୍ରବରେ ବ୍ଯାପକ ଫସଲ ହାନି , ଚିନ୍ତାରେ ଚାଷୀ….
ବୁଗୁଡା : ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡା ବନାଞ୍ଚଳ ଇଲାକାରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବରେ ବ୍ଯାପକ ଫସଲ ହାନି ଯୋଗୁଁ ଚାଷୀଙ୍ ଚିନ୍ତାଗ୍ରସ୍ତ ଥିବା ଜଣାଯାଇଛି ! ପ୍ରକାଶ ଯେ , ଗତକାଲି ବିଳମ୍ବିତ ରାତ୍ରରେ ସଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି ଗ୍ରାମାଞ୍ଚଳରେ ହାତୀପଲର ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଚାଷୀଙ୍କ କଦଳୀ ବଗିଚାରେ ପଶି ଖାଇବା ସହ ଭଙ୍ଗାରୁଜା କରିଛନ୍ତି । ଚକାବଟ ଅଞ୍ଚଳର ଚାଷୀଙ୍କ ମରିଚ ଓ ବାଇଗଣ ଫସଲ ନଷ୍ଟ କରିଛନ୍ତି । ଏଥି ସହ ଚାଷୀ ଭାବଗ୍ରାହୀ ମହାନ୍ତିଙ୍କ ଫାର୍ମ ହାଉସରେ ସେହି ସାତ ଟିକିଆ ହାତୀପଲ ପଶି ପୋଟଳ ଓ ତୋରଡା ଆଦି ପରିବା ଫସଲ ଖାଇବା ସହ ଦଳାଚକଟା କରି ବ୍ଯାପକ କ୍ଷୟକ୍ଷତି ଘଟାଇଛନ୍ତି । ସେହି ଅଞ୍ଚଳରେ ପ୍ରତିଦିନ ବାରାହା ଉପଦ୍ରବ ଲାଗିରହିଥିବା ବେଳେ ଏବେ ବଣୁଆ ହାତୀପଲର ଉପଦ୍ରବ ଚାଷୀଙ୍କ ପାଇଁ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ବର୍ତ୍ତମାନ ବୁଗୁଡା ବନ ବିଭାଗ କର୍ମଚାରୀମାନେ ଚାଷୀଙ୍କ ପାଖରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି ।