ଆଜିର ଖବର….
➡️୧-କଳିଙ୍ଗ ହସ୍ପିଟାଲର ଅତ୍ୟାଧୁନିକ ସୁବିଧା ସମ୍ବଳିତ ନୂତନ ସମ୍ପ୍ରସାରଣକୁ ଉଦ୍ଘାଟନ କଲେ ରାଜ୍ୟପାଳ ରଘୁବର ଦାସ l
➡️୨-ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ ସ୍ପଟ୍ ନାମଲେଖା l
➡️୩-ଅନଲାଇନ୍ କୋର୍ସ ପାଇଁ ଯୋଗ୍ୟ ୮୦ଟି ବିଶ୍ୱବିଦ୍ୟାଳୟର ତାଲିକା ଘୋଷଣା କଲା UGC: ମାର୍ଚ୍ଚ ୩୧ ଆବେଦନର ଶେଷ ତାରିଖ l
➡️୪-ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଓଡ଼ିଶା ସମେତ ୫ ରାଜ୍ୟ ଉପରେ ନଜର l
➡️୫-ଆରମ୍ଭ ହେଲା ପବିତ୍ର ରମ୍ଜାନ୍ ମାସ, ମସଜିଦ୍ରେ ଶ୍ରଦ୍ଧାଳୁଙ୍କ ଲାଗିଲା ଗହଳି l
➡️୬-ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଡାଇରିଆ । ଜଣଙ୍କର ମୃତ୍ୟୁ, ୧୨୭ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
➡️୭-ଜାରି ରହିବ ପିଆଜ ରପ୍ତାନି ଉପରେ କଟକଣା, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଥିଲା ପ୍ରତିବନ୍ଧକ l ବର୍ତ୍ତମାନ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି।
➡️୮-ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଭୁବନେଶ୍ୱର ସହିଦନଗର ଥାନାର ସବ ଇନସ୍ପେକ୍ଟର ପ୍ରିୟବତ ପ୍ରଧାନ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜବତ ହୋଇଥିବା ଗାଡ଼ି ଛାଡ଼ିବାକୁ ଟଙ୍କା ମାଗିଥିଲେ ଏସଆଇ ।
➡️୯-ଇତିହାସ ରଚିଲା Amul, ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ।
➡️୧୦-ତିହାର ଜେଲ୍ରେ ଆପଣଙ୍କୁ ସ୍ବାଗତ’…କେଜ୍ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ l ଚିଠି ଲେଖି କହିଛନ୍ତି, ସର୍ବଦା ସତ୍ୟର ବିଜୟ ହୋଇଥାଏ। ଏହା ନୂଆ ଭାରତର ଶକ୍ତିର ଉଦାହରଣ, ଯେଉଁଠାରେ କେହି ଆଇନରୁ ଊର୍ଦ୍ଧ୍ୱରେ ନାହାନ୍ତି।
➡️୧୧-ଜେଲରେ କଟିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହୋଲି l ରିମାଣ୍ଡ ବିରୋଧରେ ତତ୍କାଳ ଶୁଣାଣି ଆବେଦନକୁ କଲେ ଦିଲ୍ଲୀ ହାଇକୋର୍ଟ କଲେ ଖାରଜ ।
➡️୧୨-ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ନେଇ ସୁପ୍ରିମକୋର୍ଟ ପହଂଚିଲେ କେରଳ ସରକାର । କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ ସମେତ ୪ ଜଣଙ୍କ ନାମରେ କଲେ ଅଭିଯୋଗ l ଆବେଦନରେ କୁହାଯାଇଛି କି, ରାଷ୍ଟ୍ରପତି ଦୀର୍ଘଦିନ ହେବ ତାଙ୍କ ନିକଟରେ ପଡି ରହିଥିବା ୪ଟି ବିଲକୁ ମଞ୍ଜୁରୀ ଦେଉନାହାଁନ୍ତି ।
➡️୧୩-ଆକ୍ସନମୋଡରେ ତଦନ୍ତକାରୀ ସଂସ୍ଥା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ହେଲା ସିବିଆଇ ଚଢ଼ାଉ l ଦିଲ୍ଲୀ ଦୁର୍ନୀତି ମାମଲାରେ କବିତାଙ୍କ ସାଉଥ କମ୍ପାନୀ ଆପକୁ ଶହେ କୋଟି ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ରହିଛି ।
➡️୧୪-୨୫ଦିନ ପରେ ବି ଅସ୍ଥିର ହିମାଚଳ ପ୍ରଦେଶ କଂଗ୍ରେସର ସ୍ଥିତି । ବିଜେପିରେ ସାମିଲେ ହେଲେ ଅଯୋଗ୍ୟ ଘୋଷିତ ୬ ଜଣ ବିଧାୟକ l
➡️୧୫-ମସ୍କୋ ଆତଙ୍କୀ ଆକ୍ରମଣରେ ଦେଢ଼ଶହ ଟପିଲା ମୃତ୍ୟୁ ସଂଖ୍ୟା । ଶୁକ୍ରବାର ମସ୍କୋର ସପିଂ ମଲ ଉପରେ ଆତଙ୍କବାଦୀ କରିଥିଲେ ଜୋରଦାର ଆକ୍ରମଣ l
➡️୧୬-କର୍କଟରୋଗରେ ପୀଡିତ ଅଛନ୍ତି ବିଟ୍ରେନ ରାଜକୁମାରୀ । ଭିଡିଓ ବାର୍ତା ଜାରି କରି ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଲେ କେଟ ମିଡଲଟନ l ୪୨ବର୍ଷ ବୟସର କେଟଙ୍କ ଚିକିତ୍ସା ଚାଲିଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
➡️୧୭-ପଞ୍ଜାବର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ଚଳିତ ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ ରେ ୪ ୱିକେଟରେ ବିଜୟୀ ହେଲା ପଞ୍ଜାବ କିଙ୍ଗସ।
➡️୧୮-ଦେଢ଼ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ l ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଲେ ପନ୍ତ।
➡️୧୯-ଆଗାମୀ ଅଷ୍ଟ୍ରେଲିଆ ଟେଷ୍ଟ ଟୁରକୁ ସଫଳ କରିବା ଲକ୍ଷ୍ୟରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କଲେ ଭାରତୀୟ ପୁରୁଷ ହକି ଦଳ l ଆଗାମୀ ୨୯ ତାରିଖରୁ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ ଖେଳିବ।
➡️୨୦-ଭାରତୀୟ ମହିଳା ଫୁଟ୍ବଲ୍ର ମୁଖ୍ୟ ଆକର୍ଷଣ ପାଲଟିଥିବା ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଆଇଡବଲ୍ୟୁଏଲ୍) ଅନ୍ତିମ ମୁକାବିଲା ଆଜି ଓଡ଼ିଶା ଏଫସି ଓ କିକ୍ଷ୍ଟାର୍ଟ ଏଫ୍ସି ମଧ୍ୟରେ ହେବ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।