November 22, 2024

“କଠିନ ପରିଶ୍ରମ ଓ ସ୍ଥିର ଲକ୍ଷ ସଫଳତାର ପରିଚାୟକ”………

Share

 

 

ଉମରକୋଟ:- କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଲକ୍ଷ ସ୍ଥିର କରି ଧର୍ଯ୍ୟ ର ସହ କାର୍ଯ୍ୟ କଲେ ଜୀବନରେ ସଫଳତା ନିଶ୍ଚୟ ମିଳିବବୋଲି କେଶରିବେଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ସୋଡାପାରା ପରିସରରେ ଆୟୋଜିତ “ଚଲାପଥ -ଚାଣକ୍ୟ”-କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୁଆପାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁରାମ ଗଣ୍ଡ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂଦବେଢା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପିତାମ୍ବର ମାଳି ଯୋଗ ଦେଇ ଚଳିତ ବର୍ଷ ପଞ୍ଚମ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ର ମାର୍ଗ ଦର୍ଶନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସୁନିଲ ବିଶ୍ଵାଳ ,ଦୀପକ ବିଶ୍ଵାଳ , ସୋରୁପ ସରକାର , ଚିତ୍ର ସେନ ପରଜା ,ଧନୀରାମ ଗଣ୍ଡ ,ରଘୁନାଥ ମୁର୍ମୁ , ଶିକ୍ଷୟତ୍ରୀ ଚମ୍ପାବତୀ ମାଝୀ ପ୍ରମୁଖ ଯୋଗଦେଇ ଚଲାପଥ -ଚାଣକ୍ୟ ସମ୍ପର୍କରେ ନିଜ ନିଜର ଅଭିମତ ରଖିଥିଲେ ।ଏହି କାର୍ଯ୍ୟ କ୍ରମରେ ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଚଳିତ ବର୍ଷ ପଞ୍ଚମ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ସୁଭାଶି ଷ ଓ ଶୁଭ କାମନା ଜଣାଇଥିଲେ ।ଏହିକାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିବା ବେଳେ,ସଭାପତି ମାନକୁ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ଚମ୍ପାବତୀ ମାଝୀ ଏହି ସଭାରେ ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ଓ ଦୁଇ ରୋଷେୟାଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଓ ପଞ୍ଚମ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ଅଭୁଲା ଅନୁଭୂତି ବଖାଣି ଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ସମାରୁ ଭତ୍ରା ,ଚମରା ରାଉତ , ଓ ଗ୍ରମାବlସୀ ମାନେ ସହଯୋଗ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)